୫କେଜି ଗଞ୍ଜେଇ ଜବତ, ଜଣେ ଗିରଫ
କଟକ : ଜଗତପୁର ଥାନା ପୋଲିସ ଗତକାଲି ଜଣେ ଚୋରା ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ତା’ ପାଖରୁ ଏକ ଜରି ବସ୍ତାରେ ଥିବା ୫ କେଜି ୧୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ କଟକ କିଶୋରନଗରର ମୂଳବାସିନ୍ଦା ତଥା ଜଗତପୁର ଥାନା ଅନ୍ତର୍ଗତ ସମୀକ୍ଷାନଗରର ରୁଦ୍ର ପ୍ରତାପ ସିଂହଙ୍କ ଘରେ ରହୁଥିବା ମାନସ ଦାସ(୪୨) । ମିଳିଥିବା ସୂଚନା ମୁତାବକ, ମାନସ ଗତକାଲି ସାଢେ ୨ଟା ବେଳେ ଖଇରା ପୋଲ ନିକଟରେ ଏକ ଜରିବସ୍ତାରେ ଏହି ପରିମାଣର ଗଞ୍ଜେଇ ନେଇ ଗ୍ରାହକଙ୍କୁ ଅପେକ୍ଷା କରିଥିବାର ଏକ ଗୁପ୍ତ ସୂଚନା ପାଇଁ ଥାନା ପୋଲିସ ସଦଳବଳେ ସେଠାରେ ଚଢଉ କରିଥିଲେ । ପୋଲିସକୁ ଦେଖି ମାନସ ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ । ତା’ଟାରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
