ରଙ୍ଗ ଦୋକାନ ଉପରେ ଚଢଉ
କଟକ : କଟକ ସହରରେ କେମିକାଲ ମିଶ୍ରିତ ରଙ୍ଗ ବିକ୍ରି ହେଉଥିବା କେତେକ ଦୋକାନ ଉପରେ ଆଜି ଚଢଉ କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଡ୍ରଗ୍ ଆଣ୍ଡ କେମିକାଲ କଣ୍ଟ୍ରୋଲର ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ହୋଲି ପାଇଁ ରଙ୍ଗ ବିକ୍ରି ହେଉଥିବା କେତେକ ଦୋକାନରେ ଚଢଉ କରିଥିଲେ । କିଛ ଦୋକାନରୁ କେମିକାଲ ରଙ୍ଗ ଜବତ କରାଯାଇ ନଷ୍ଟ କରାଯାଇଥିଲା । ଏଭଳି ରଙ୍ଗ ବ୍ୟବହାର ତ୍ୱଚା ପକ୍ଷେ ହାନିକାରକ ବୋଲି ଦର୍ଶାଯାଇ ଦୋକାନୀମାନଙ୍କୁ ଏହି ରଙ୍ଗ ବିକ୍ରି କରିବାକୁ ବାରଣ କରାଯିବା ସଙ୍ଗେ ସଙ୍ଗେ ସଚେତନ ମଧ୍ୟ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଆସନ୍ତା ୮ ତାରିଖରେ ସହରରେ ହୋଲି ପର୍ବ ପାଳନ ପାଇଁ ସହରର ବିଭିନ୍ନ ଛକ, ସାହିବସ୍ତି ତଥା ଗଳିକନ୍ଦିିରେ ରଙ୍ଗ ଦୋକାନ ଖୋଲାଯାଇଛି । ତେବେ ହୋଲିରେ ହରବାଲ୍ ଅବିର ରଙ୍ଗରେ ରଙ୍ଗ ଖେଳିବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିବା ବେଳେ କେତେକ ଦୋକାନୀ କେମିକାଲ ରଙ୍ଗ ବିକୁଥିବା ନେଇ ଅଭିଯୋଗ ପାଇବା ପରେ ଏହି ଚଢଉ କରାଯାଇଥିଲା ।
