ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା, ଯୁବକ ଗିରଫ
ଜୟପୁର : ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ପୋଲିସ ସୁଚନା ଅନୁଯାଇ ସୁନାବେଡାର ହରି ଶଙ୍କର ଚୈପାଡି ଗତ ୨ ବର୍ଷ ହେବ ବୋରିଗୁମା ଅଂଚଳର ଯୁବତୀକୁ ପ୍ରେମ କରିଥିଲେ ଓ ବିବାହ ର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ବିବାହ ପାଇ ମନା କରିବାରୁ ଯୁବତି ଜଣକ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଗୁରୁତର ସହ ନେଇ ଜୟପୁର ମହିଳା ପୋଲିସ ୧୨/୨୨ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ଜଣକ ହେଲା ହରି ଶଙ୍କର ଚୈପାଡି (୨୭) । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୁଚନା ଦେଇଛନ୍ତି ।
