ଡକାୟତି ମାମଲାରେ ୨ ଗିରଫ
ଜୟପୁର : ଡକାୟତି ମାମଲାର ପ୍ରଦାଫାସ କଲା ଜୟପୁର ସଦର ପୋଲିସ । ଏହି ମାମଲାରେ ୨ ଜଣକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଡଗଦର ଅଜୟ ହରିଜନ ଓ ଡମ୍ବୁର ବେନିଆ । ପୋଲିସ ସୁଚନା ଅନୁଯାଇ ଗତ ୧୪.୧୦.୨୨ ରେ ଜଣେ ମଧ୍ୟ ପ୍ରଦେଶର ବୁଲା ବେପାରି ଜୟ ପାଲ ବଞ୍ଜାରା ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ରୁ ବାଇକ ଯୋଗେ ଜୟପୁର ଆସୁଥିବା ସୂଚନା ପାଇ ଏକ ୭ ଜଣିଆ ଡକାୟତି ଟିମ ପାତ୍ରପୁଟ ନିକଟରେ ଛପିଥିଲେ । ଉକ୍ତ ବେପାରିକୁ କାବୁ କରି ଜଙ୍ଗଲକୁ ନେଇଥିଲେ ତାଙ୍କୁ ଧମକ ଚମକ ଦେଇ ପ୍ରଥମେ ତାଠାରୁ ୭ ଶହ ଟଙ୍କା ନେବା ସହ ଫୋନ ପେ ରେ ଥିବା ୮ ହଜାର ୮ ଶହ ଟଙ୍କା ନେଇଥିଲେ । ପରେ ଉକ୍ତ ବେପାରିକୁ ଧକମ ଦେଇ ତୋ ଏକାଉଂଟରେ ତୁରନ୍ତ ୫୦ ହଜାର ଟଙ୍କା ଦାବି କରିଥିଲେ ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ । ଫଳରେ ବ୍ୟବସାୟି ଜଣକ ତାଙ୍କ ଭାଇକୁ କଲ କରି ୪୦ ହଜାର ଟଙ୍କା ମଗାଇଥିଲେ । ପରେ ଡକାୟତି ଦଳ ଫୋନ ପେ ର ଉକ୍ତ ଟଙ୍କାକୁ ନେଇ ଛାଡି ଥିଲେ । ପରେ ଉକ୍ତ ବ୍ୟବସାୟୀ ଜଣକ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଆଜି ୨ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଏହି ମାମଲା ରେ ଜଡିତ ଥିବା ୫ ଅଭିଯୁକ୍ତ ଖୁବ ଶିଘ୍ର ଗିରଫ କରାଯିବ ବୋଲି ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଠାରୁ ୨ଟି ମୋବାଇଲ,୨ଟି ବାଇକକୁ ଜବତ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ନାମରେ ଆଗରୁ ଅପରାଧିକ ମାମଲା ରେ ଜେଲ ଜାଇ ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
