ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଜୟପୁର : ଜୟପୁର ନେହୁର ନଗର ସ୍ଥିତ ଅଗ୍ରସେନ ଭବନ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ସର୍ବ ଭାରତୀୟ ମାରଓାରି ଯୁବା ମଂଚର ଜୟପୁର ଶାଖା ତରଫରୁ ଆୟୋଜନ ହୋଇଥିଲେ । ଏହି ଶିବିରକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ବିଜେଡି ଜିଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ରହି ଚିକିତ୍ସା କରିଥିଲେ । ମଂଚ ଜୟପୁର ଶାଖା ତରଫରୁ ରସୋନ ଗୋୟାଲ, ବିକ୍ରମ ଜୈନ, ବରୁଣ ଜୈନ, ସଞ୍ଜୟ ଅଗ୍ରଓାଲ, କାହ୍ନା ଅଗ୍ରଓାଲ ପ୍ରମୁଖ ଶିବିର କୁ ଆୟୋଜନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପାଧ୍ୟକ୍ଷ ସୁଯ୍ୟ ନାରାୟଣ ରଥ, ସୁବାସ ରାଉତ, ହିମାଂଶୁ ମହାପାତ୍ର, ପ୍ରକାଶ ନାୟକ, ରାଜପାଲ ଖୁରାନା ପ୍ରମୁଖ ଉପସ୍ଥିତ ଥିଲେ ।
