ଦୃଷ୍ଟିହୀନ ଅନ୍ତେବାସୀଙ୍କ ସହ ଚକଲେଟ୍ ଡେ ପାଳନ କଲେ ଯୁବ ସମାଜସେବୀ ସାନୁ କୁମାର ଶାସମଲ
ବାଲେଶ୍ବର : ଆଜିର ଯୁବପିଢ଼ି ପ୍ରେମର ସପ୍ତାହକୁ ଓୟସର ସହ ପାଳନ କରୁଥିଲା ବେଳେ ଏକ ନିଆରା ଢ଼ଙ୍ଗରେ ଚକଲେଟ୍ ଡେ ପାଳନ କଲେ ଯୁବ ସମାଜସେବୀ ସାନୁ କୁମାର ଶାସମଲ । ମୋତିଗଞ୍ଜ ବଣିଆମନ୍ଦିରସ୍ଥିତ ପ୍ରୟାସ ଦୃଷ୍ଟିହୀନ ଅନ୍ତେବାସୀଙ୍କୁ ଚକଲେଟ୍ ଏବଂ ମିଠା ପ୍ରଦାନ କରି ସମାଜର ଯୁବପିଢ଼ିଙ୍କୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ଶ୍ରୀ ଶାସମଲ । ପୂର୍ବରୁ ଶ୍ରୀ ସାନୁ କୁମାର ଶାସମଲ ବିଭିନ୍ନ ସାମାଜିକ କର୍ମରେ ନିଜକୁ ନିୟୋଜିତ କରିବା ସହ ଯୁବପିଢ଼ିଙ୍କୁ ଭେଲେଣ୍ଟାଇନସ୍ ସପ୍ତାହରେ ରେଷ୍ଟୁରେଣ୍ଟ, ପାର୍କ,ହୋଟେଲରେ ପାଳନ ନକରି ନିଜ ସାଥିଙ୍କ ସହ ସାମାଜିକ କର୍ମରେ ନିୟୋଜିତ ହେବା ପାଇଁ ଯୁବପିଢ଼ିଙ୍କୁ ନିବେଦନ କରିଛନ୍ତି । ତଦସଂଗେ ଆଗାମୀ ୧୪ ଫେବୃୟାରୀକୁ ମାତୃପିତୃ ପୂଜନ ଦିବସରୂପେ ପାଳନ କରିବା ପାଇଁ ଯୁବପିଢିଙ୍କୁ କହିଛନ୍ତି ।
