ମାର୍ଚ୍ଚ ୨୩ରୁ ୪ ଦିନିଆ ନୀଳଗିରି ଯୁବ ମହୋତ୍ସବ
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ନୀଳଗିରି ଯୁବ ମହୋତ୍ସବ (ୟୁଥ୍ ଫେଷ୍ଟ) ରାଜନୀତିରୁ ଉର୍ଦ୍ଧ୍ୱରେ ଉଠି ଯୁବ ପ୍ରତିଭାଙ୍କୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି । ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତବର୍ଷ ନୀଳଗିରି କେସି ହାଇସ୍କୁଲ ପଡ଼ିଆରେ ଆସନ୍ତା ମାର୍ଚ୍ଚ ୨୩ରୁ ୨୬ତାରିଖ ୪ଦିନ ଧରି ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୁବନେତା ତାପସ ପରିଡ଼ା, ସବ୍ୟସାଚୀ ମହାପାତ୍ର, ଏମ୍ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, କୁମାର ରାୟ, ଅସିତ ପରିଡ଼ା, ପ୍ରଦୀପ ଦାସଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ୟୁଥ୍ ଫେଷ୍ଟର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ନୂଆ ଚିନ୍ତାଧାରା ଓ ଆଭିମୁଖ୍ୟ ନେଇ ଏହି ଫେଷ୍ଟ ଆୟୋଜନ କରି ନୀଳଗିରି ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ଲୋକଲୋଚକୁ ଆଣିବା ସହ ଯୁବ ଉଦ୍ୟୋଗୀମାନେ ଯେଉଁମାନେ ସଂଘର୍ଷ କରି ଶୀର୍ଷରେ ପହଞ୍ôଚଛନ୍ତି ସେମାନଙ୍କୁ ଏହି ମଞ୍ଚରେ ସମ୍ମାନିତ କରିବାର ଏକ ନୂତନ ପ୍ରଚେଷ୍ଟା ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ୪ଦିନ ଧରି ଚାଲିବାକୁ ଥିବା ଏହି ଯୁବ ମହୋତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଭାରତୀୟ ହକି ସଂଘର ସଭାପତି ପଦ୍ମଶୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବହୁ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଯୁବ ମହୋତ୍ସବର ଆକର୍ଷଣ ହେବ ବଲିଉଡ ତାରକା ମିଥୁନ ଚକ୍ରବର୍ତ୍ତୀ ଏବଂ ଗାୟକ ସଲମାନ ଅଲ୍ଲୀ । ଏହି ଯୁବ ମହୋତ୍ସବରେ ମିଶନ ଶକ୍ତିର ବିଭିନ୍ନ ଷ୍ଟଲ, ଏକ୍ସପୋ ମେଳା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ସୂଚନା ଦିଆଯାଇଛି । ଯୁବ ମହୋତ୍ସବ ତରଫରୁ ଆସନ୍ତା ଫେବୃଆରୀ ମାସ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ନୀଳଗିରି ମହିଳା କଲେଜରେ ନୀଳଗିରି ସବ୍ଡିଭିଜନ କଲେଜସ୍ତରୀୟ ୟୁଥ୍ ଆଇକନ ଡିବେଟ, ସଙ୍ଗୀତ ଏବଂ କୁଇଜ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଇଚ୍ଛୁକ ପ୍ରତିଯୋଗୀମାନେ ଫେବୃଆରୀ ୧୫ତାରିଖ ସୁଦ୍ଧା ନିଜ ନାମ ନିଜ କଲେଜର ଅଧ୍ୟକ୍ଷଙ୍କ ଠାରେ ପଞ୍ଜିକୃତ କରିବାକୁ ଫେଷ୍ଟ ତରଫରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରସ୍ତୁତି ବୈଠକରେ ୟୁଥ୍ ଫେଷ୍ଟର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।
