ଦନ୍ତା ଆକ୍ରମଣରେ ଯୁବକ ମୃତ
ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବୀରରୋଡ ରେଞ୍ଜ ଡମଳ ଗ୍ରାମର କମାର ବେହେରା ମଙ୍ଗଳବାର ସକାଳେ ଗ୍ରାମ ନିକଟସ୍ଥ ନାଳକୁ ଶୌଚପାଇଁ ଯାଇଥିଲେ । ଏତିକି ବେଳେ ପଛପଟୁ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ କମାର ଗୁରୁତର ହୋଇଥିଲେ । ଖବର ପାଏ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ କାମାକ୍ଷାନଗର ଠାରେ ତାଙ୍କର ମୃତ୍ୟୁ ହୋଇଛି ।
କମାରଙ୍କ ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ମେଡିକାଲରେ ରେଞ୍ଜର ସତ୍ୟନାରାୟଣ ସାହୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ସୂଚନା ଯେ, ଗତବର୍ଷ କମାରର ମାଆଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ, ବାପା ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ।
