ପୂର୍ବ ଶତୃତାକୁ ନେଇ ସଙ୍ଗବଦ୍ଧ ଆକ୍ରମଣ, ବାପ-ପୁଅ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ପୂର୍ବ ଶତୃତାକୁ ନେଇ ଘରେ ପଶି ସଙ୍ଗବଦ୍ଧ ଭାବେ ଆକ୍ରମଣ। ଆକ୍ରମଣରେ ବାପ-ପୁଅ ଗୁରୁତର । ସେମାନଙ୍କୁ ଉଦ୍ଧାର କରାଯାଏ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବାଲି ଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ।
ସୂଚନା ଯେ, ଗତ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସର୍ବେଶ୍ବର ବାରିକ ୫୬ ବର୍ଷ ଘରେ ବସି ଟିଭି ଦେଖୁଥିବା ସମୟରେ ଗାଁର ପ୍ରତାପ ବେହେରା ଓ ତାର ସାଥୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ସର୍ବେଶ୍ବର ବାରିକ ଓ ତାଙ୍କ ପୁଅ ସଞ୍ଜୀବ (୨୩ ବର୍ଷ) ଙ୍କୁ ମରଣାନ୍ତକ ଆକ୍ରମଣ କରି ପ୍ରତାପ ଓ ତାର ସାଥୀମାନେ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ବାପ-ପୁଅଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ପ୍ରତାପ ବେହେରା ଓ ତାର ସାଥୀମାନେ ଏବେବି ଫେରାର ଥିବା ଜଣାପଡିଛି ।
