ଟ୍ରେନରେ କଟି ମହିଳା ମୃତ, ମିଳିନି ପରିଚୟ
ବସ୍ତା : ଖଡ଼ଗପୁର ରେଳ ଡିଭିଜନର ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଓ ନୂଆଗାଁ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଜଳକା ନଦୀର ଉତ୍ତର ପାର୍ଶ୍ୱ ଅପଲାଇନରେ ଶୁକ୍ରବାର ଟ୍ରେନ୍ରେ କଟି ଜଣେ ମହିଳାଙ୍କ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳାଙ୍କର କୌଣସି ପରିଚୟ ମିଳିନାହିଁ । ବାଲେଶ୍ୱର ଜିଆରପି ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏ ସଂକ୍ରାନ୍ତରେ ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୭୭/୨୨) ରୁଜୁ ହୋଇ ମୃତଦେହ ଜବତ ହୋଇଛି ।
