ନିଳାଗୁଡା ନିକଟ ଜଙ୍ଗଲରେ ଅବକାରୀ ଚଢାଉ
ଜୟପୁର : ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଛି । ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ନିକଟ ଜଙ୍ଗଲରେ ଅବକାରରୀ ବିଭାଗ ତରଫରୁ ଚଢାଉ କରାଯାଇଛି । ମଦ ମାଫିଆ ମାନେ ମଦ ଓ ପୋଚ ଲୁଚାଇ ରଖିଥିବା ସୁଚନା ପାଇ ଚଢାଉ କରାଯାଇଥିଲା । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ବହୁ ମଦ ଭାଟି ଭାଙ୍ଗି ଥିବା ବେଳେ ୧୪ ଶହ ଲିଟର ପୋଚ ଓ ୮୦ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ ,ଡ୍ରମ ଆଦିକୁ ଜବତ କରି ଥିବା ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।
