ମାଘ ମଣ୍ଡେଇ ବାଲି ଯାତ୍ରା ରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବୈଠକ
ବୋରିଗୁମ୍ମା : ବୋରିଗୁମ୍ମା ରେ ଆସନ୍ତା ୨୭ ତାରିଖରେ ମାଘ ମଣ୍ଡେଇ ଏବଂ ୨୯ ତାରିଖରେ ବାଲି ଯାତ୍ରା ଅନୁଷ୍ଠିତ ହେବ।ପ୍ରତି ବର୍ଷ ମାଘ ମଣ୍ଡେଇ ଭୈରବ ମନ୍ଦିରରେ ଅନୁଷ୍ଠିତ ହୁଏ ସେହି ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।ସେହିପରି ପ୍ରତି ତିନି ବର୍ଷ କୁ ଥରେ ବାଲି ଯାତ୍ରା ଅନୁଷ୍ଠିତ ହୋଇଥାଏ।ପୁରୁଣା ବୋରିଗୁମ୍ମା ବାଲି ଘରରୁ ଏକ ବିରାଟ ପଟୁଆର ବାହାରେ ପୁରୁଣା ବୋରିଗୁମ୍ମା ର ମହିଳା ମାନେ ବାଲି ଚାଙ୍ଗୁଡ଼ି ନେଇ ବାଜା ମୃଦଙ୍ଗ ରେ କମ୍ପି ଉଠେ।ବାଲି ଚାଙ୍ଗୁଡ଼ି ନେଇ ହାଟପଦା ନିକଟରେ ଥିବା ଠାକୁରାଣୀ ମନ୍ଦିର ନିକଟରେ ପୂଜାର୍ଚ୍ଚନା ହୁଏ।ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମେ।ଆଜି ମାଘ ମଣ୍ଡେଇ କମିଟି ଏବଂ ବାଲି ଯାତ୍ରା କମିଟି ବୋରିଗୁମ୍ମା ଥାନା ରେ ଟ୍ରାଫିକ ନିୟନ୍ତ୍ରଣ ଏବଂ କିଭଳି ସୁରୁଖୁରୁରେ ଯାତ୍ରା ଅନୁଷ୍ଠିତ ହେବ ତାକୁ ନେଇ ମଧୁସିକ୍ତା ମିଶ୍ର ଏବଂ ଡମୁ ପରଜା ଙ୍କ ସହ ଆଲୋଚନା କରିଥିଲେ।ଏହି ଆଲୋଚନା ରେ ଟିକି ପଟ୍ଟନାୟକ, ଗଣପତି ରାଓ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଲାଡି ନାରାୟଣ, ସୂର୍ଯ୍ୟ ଆଚାରୀ, ଚାମୁରୁ ଏବଂ ସରପଞ୍ଚ ଉପସ୍ଥିତ ଥିଲେ।
