ସକ୍ଷମ ପରିବର୍ତ୍ତନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ
କଟକ : ସ୍ଥାନୀୟ ନୂଆ ରାଉସାପାଟଣା ଅନ୍ତର୍ଗତ ଗୋପବନ୍ଧୁ ବିହାରଠାରେ ସ୍ୱେଚ୍ଛାସେବୀ ସଂଗଠନ ସକ୍ଷମ ପରିବର୍ତ୍ତନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଆଗକୁ ରୈାଦ୍ରତାପ ପ୍ରଚଣ୍ଡ ହେବାର ଦୃଷ୍ଟିରୁ ସଂଗଠନ ପକ୍ଷରୁ ଏହି ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି ଓ ଏହା ସଂପୂର୍ଣ୍ଣ ଖରାଦିନ ଯାଏଁ ଚାଲୁ ରହିବ ବୋଲି ସଂଗଠନର ମ୍ୟାନେଜିଂ ଟ୍ରଷ୍ଟି ଗୈାରୀକୁମାର ରାଉତ କହିଛନ୍ତି । ରକ୍ତଭଣ୍ଡାରର ପ୍ରାକ୍ତନ ନିର୍ଦ୍ଦେଶକ ଡା. ଅଭୟ କୁମାର ପାତ୍ର, ପୂର୍ବତନ ପୋଲିସ ଅଧିକାରୀ ଅଟଳ ବିହାରୀ ବରାଳ ଓ ବିଶିଷ୍ଟ ସିନେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅରୁଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଜଳ ବିତରଣ କେନ୍ଦ୍ରଟି ଖୋଲାଯାଇଛି । ସଂଗଠନର ଉପଦେଷ୍ଟା ରମେଶ ଜେନା, ଟ୍ୟାକ୍ସ ବାର ଆସୋସିଏସନର ଉପ ସଭାପତି କୈଳାସ ଶତପଥୀ, ଆଇନଜୀବୀ ଅବନୀନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଶକ୍ତିକାନ୍ତ ସାମଲ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲା ବେଳେ ଶଶୀକାନ୍ତ ନାୟକ, ଅମରେଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଗଠନର ମୁଖ୍ୟ ସଂସ୍ଥାପକ କୁମାର ପ୍ରିୟଦର୍ଶନ ଧନ୍ୟବାଦ ଦେଇଥିଲେ ।
