ଡ଼ାକ୍ତର ରବି ରଞ୍ଜନ ସାହୁ ନୀଳଚକ୍ର ସମ୍ମାନରେ ସମ୍ମାନିତ ହେବେ
କଟକ : ବିଶିଷ୍ଟ ସମାଜସେବୀ ତଥା ଦନ୍ତ ଚିକିତ୍ସକ ଡ଼ାକ୍ତର ରବି ରଞ୍ଜନ ସାହୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ନୀଳଚକ୍ର ସମ୍ମାନ ପାଇବା ନିମନ୍ତେ ବିବେଚିତ ହୋଇଛନ୍ତି । ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବଳିଷ୍ଠ ଅବଦାନ ଯୋଗୁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯିବ । ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡ଼ିଆ ନବବର୍ଷ ପାଳନ ଅବସରରେ ପ୍ରସିଦ୍ଧ ସଂସ୍କୃତି ସୁରକ୍ଷା ଅନୁଷ୍ଠାନ ‘ନୀଳଚକ୍ର’ର ବାର୍ଷିକ ଉତ୍ସବରେ ଡ଼ାକ୍ତର ସାହୁ ସମ୍ମାନିତ ହେବେ । ଡ଼ାକ୍ତର ସାହୁ କଟକ ସହରର ଜନଜୀବନ ସହ ବିଭିନ୍ନ ଭାବେ ଦୀର୍ଘକାଳ ଧରି ସଂପୃକ୍ତ । ଜଣେ ଚିକିତ୍ସକ, ସଂଗଠକ, ସମାଜସେବୀ ଓ ବୁଦ୍ଧିଜୀବୀ ଭାବେ ବେଶ୍ ଜଣାଶୁଣା । ସହରର ବହୁ ସାମାଜିକ ଅନୁଷ୍ଠାନ ସହ ଓତପ୍ରୋତ ଭାବେ ଜଡ଼ିତ ଅଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଯୋଗୁଁ ବିଶିଷ୍ଟ ସାହିତ୍ୟିକା ଡ଼ଃ ସୁଲୋଚନା ଦାସଙ୍କୁ ମଧ୍ୟ ସମ୍ମାନୀତ କରାଯିବ ବୋଲି ‘ନୀଳଚକ୍ର’ ପକ୍ଷରୁ କାହ୍ନୁଚରଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି
