ରାଜ୍ୟସ୍ତରୀୟ ପ୍ରଥମ ବନ୍ଦେ ଉତ୍କଳ ଜନନୀ ଚିତ୍ରକର୍ମଶାଳା ଉଦ୍ଘାଟିତ
ବାଲେଶ୍ୱର : ସ୍ଥାନୀୟ କୋଶମ୍ବ ନଗରରେ ବାଲେଶ୍ୱରୀ କଳା କେନ୍ଦ୍ର ଓ ଯୁବ ବିକାଶର ସହଯୋଗରେ ରାଜ୍ୟସ୍ତରୀୟ ବନ୍ଦେ ଉତ୍କଳ ଜନନୀ ଚିତ୍ର କର୍ମଶାଳା ଉଦ୍ଘାଟନ ହୋଇଯାଇଛି । କବି ଓ ସମାଜସେବୀ ଯଶୋଧାରା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲା ବେଳେ ଶିଳ୍ପୀ କେଶୁଦାସ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଭଗବାନ ଦାସ ଖଣ୍ଡେଲୱାଲ, ପ୍ରାଧ୍ୟାପକ ଲିଙ୍ଗରାଜ ନାୟକ, ଜୟକୃଷ୍ଣ ସାହୁ ଯୋଗଦେଇ ଶିଳ୍ପୀ ମାନଙ୍କୁ ଫୁଲଚାରା ଓ ଉପଢୌକନ ପ୍ରଦାନ କରାଯାଇ ସ୍ୱାଗତ କରିଥିଲେ । ଚିତ୍ରଶିଳ୍ପୀ ପ୍ରଦୀପ ପାଣ୍ଡେ, ଅରୁଣ ଜେନା, ଅରୁଣ ବାରିକ, ମମତା ସାମନ୍ତରାୟ, ଚୁଡାମଣି ସିଂ, ଲିପିଶ୍ରୀ ନାୟକ, ରାଜକିଶୋର ମହାରଣା, ମୁକ୍ତିପଦ ନନ୍ଦୀ, ଦିବ୍ୟ ରାଉତ, ଜନାର୍ଦ୍ଦନ ପରମଗୁରୁ, ବିଭୁତି ଭୁଷଣ ସାହୁ, ତାପସ ପଣ୍ଡା, ଶିବେଶ ଚନ୍ଦ୍ର ମିଶ୍ର ଓ ଦେବାଶିଷ ପତି ପ୍ରମୁଖ ଯୋଗ ଦେଇଛନ୍ତି ।
ଉତ୍କଳ ଦିବସ ୨୦୨୩ର ଅପରାହ୍ନ ୪ ଘଟିକାରେ ଉତ୍କଳ ଜନନୀ କବିତା ଆସର ଓ ୫ ଟାରେ ପ୍ରଥମ ଉତ୍କଳ ଜନନୀ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି ବୋଲି ଆୟୋଜକ ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ପାଇଁ ଗଦାଧର ମହାନ୍ତି, ଧନଞ୍ଜୟ ଧଳ, ରୂପକ ଦାସ, ପପୁନ ପ୍ରଧାନ ଓ ଅଙ୍କିତ ଦାସ ସହଯୋଗ କରିଥିଲେ ।
