କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ୍ ଡାକ୍ତରଖାନାରେ ହେଲେ ଭର୍ତୀ
ଥିରୁବନନ୍ତପୁରମ୍ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭି. ମୁରଲୀଧରନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଭର୍ତୀ କରାଯାଇଛି । ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ୍ ଜ୍ୱରରେ ପୀଡିତ ଥିଲେ । ଡାକ୍ତରଖାନାରେ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଦୁଇ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଭାଜପା ସୂତ୍ରରୁ ପ୍ରକାଶ ଯେ ବୁଧବାର ଓ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିବା କେନ୍ଦ୍ର ମନ୍ତ୍ରୀ ମୁରଲୀଧରନଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
