ଶିବରାଜ ସରକାର ତିନି ଲକ୍ଷ କୋଟିରୁ ଅଧିକ ବଜେଟ୍ ଉପସ୍ଥାପନ କଲେ, ନାହିଁ ନୂଆ ଟିକସ
ଭୋପାଳ : ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନରେ ଅର୍ଥମନ୍ତ୍ରୀ ଜଗଦୀଶ ଦେଓଡା ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ବାର୍ଷିକ ବଜେଟ୍ ଉପସ୍ଥାପନ କରି ମହିଳା ଓ ବାଳିକାମାନଙ୍କର ସର୍ବଙ୍ଗୀନ ବିକାଶ ଉପରେ ଧ୍ୟାନ ଦେଇଛନ୍ତି ।ପ୍ରାୟ ତିନି ଲକ୍ଷ ୧୪ ହଜାର କୋଟି ଟଙ୍କାର ବଜେଟ୍ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ବିଶେଷ କଥା ହେଉଛି ଏଥିରେ ଜନସାଧାରଣଙ୍କ ଉପରେ କୌଣସି ନୂତନ ଟିକସ ଲାଗୁ କରାଯାଇ ନାହିଁ । ବଜେଟରେ ଦ୍ୱାଦଶରେ ପ୍ରଥମ ଆସୁଥିବା ବାଳିକା ଛାତ୍ରମାନଙ୍କୁ ସ୍କୁଟି , ଏକ ଲକ୍ଷ ସରକାରୀ ଚାକିରୀ ଦେବାକୁ ଘୋଷଣା କରାଯାଇଛି । ଏଥି ସହିତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସଦସ୍ୟମାନେ ବଜେଟରେ ଭାଷଣ ଆରମ୍ଭ ହେବା ମାତ୍ରେ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇ ଗୃହରେ ଏକ ହଟଗୋଳ ସୃଷ୍ଟି କରିଥିଲେ । ଦୀର୍ଘ ସମୟ ଧରି ହଟଗୋଳ ସୃଷ୍ଟି କରିବା ପରେ କଂଗ୍ରେସ ବିଧାୟକମାନେ ଗୃହରୁ ବାହାରକୁ ଯାଇଥିଲେ । ବିଧାୟକମାନେ ଗୃହ ବାହାରେ ସ୍ଲୋଗାନ ଦେଇଥିଲେ । ବିରୋଧୀ ଦଳର ଆଲୋଡ଼ନ ମଧ୍ୟରେ ଅର୍ଥମନ୍ତ୍ରୀ ଦେଓଡା ତାଙ୍କ ବଜେଟ୍ ଭାଷଣ ପଢିଥିଲେ ।
