ଜି -୨୦ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ – ରୁଷ୍ର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ : ଜି -୨୦ ବୈଦେଶିକ ମନ୍ତ୍ରୀଙ୍କମାନଙ୍କର ବୈଠକ ପାଇଁ ସାରା ବିଶ୍ୱରୁ ଅତିଥି ନେତାମାନେ ଭାରତରେ ପହଂଚିଛନ୍ତି । ଏହି କ୍ରମରେ ରୁଷ ଏବଂ ବ୍ରିଟେନର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ଭାରତରେ ପହଂଚିଛନ୍ତି, ଯାହାଙ୍କୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଭେଟିଛନ୍ତି ।ଋୁଷର ବୈଦେଶିକ ମନ୍ତ୍ରୀ ସର୍ଗଈ ଲାବରୋଓଙ୍କ ସହ ବୈଠକ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ଜି -୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ସେ ତାଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ପାରସ୍ପରିକ ଦ୍ୱିପାକ୍ଷିକ ସହଯୋଗ ଏବଂ ଜି -୨୦ ବିଷୟ ଉପରେ ଆଲୋଚନା ହୋଇଛି ।
