ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ; ନଦୀରେ ବୁଡି ଛାତ୍ର ନିଖୋଜ
ବାଲେଶ୍ୱର : ବାଲେଶ୍ୱର ଜିଲା ରାଜଘାଟ ଠାରେ ମୂର୍ତ୍ତି ବିସର୍ଜନ ସମୟ ଅଘଟଣ । ଏକ ଘରୋଇ ଟ୍ୟୁସନରେ ଦଶମ ଶ୍ରେଣୀର ଛାତ୍ରମାନେ ସୁବର୍ଣ୍ଣରେଖା ନଦୀ ବାରୁଣୀ ଘାଟକୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ଏହି ସମୟରେ ଗୋଡ଼ ଖସି ଯିବାରୁ ତିନି ଜଣ ପିଲା ବୁଡି ଯାଇଥିଲେ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଜଣେ ଛାତ୍ର ନିଖୋଜ ରହିଥିବା ସୂଚନା ମିଳିଛି । ନିଖୋଜ ଛାତ୍ର ଜଣଙ୍କ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ ତେବେ ଖବର ପାଇ ଜଳେଶ୍ୱର ଓ ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
