ବାଲେଶ୍ୱର : ଜଉକଣ୍ଢେଇରେ ଶ୍ରୀଗଣେଶ କାର୍ଯ୍ୟକ୍ରମ ଉଦ୍ଯାପିତ
- କନକଲତା ପ୍ରଥମ, ଫୁଲମଣୀ ଦ୍ୱିତୀୟ ଓ ଅନିତା ତୃତୀୟ
ବାଲେଶ୍ୱର : ବାଲେଶ୍ୱରୀ କଳା କେନ୍ଦ୍ର ଓ ଓଡ଼ିଶା ଶିଳ୍ପୀ ମହାସଂଘର ମିଳିତ ସହଯୋଗରେ ବାମପଦାର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆୟୋଜିତ ତିନିଦିନିଆ ଜଉକଣ୍ଢେଇରେ ଶ୍ରୀଗଣେଶ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଉଦ୍ଘାଟକ ଭାବେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗଦେଇଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ଶିଳ୍ପୀ ମହାସଂଘ ସଭାପତି ଉଦୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ନୀଳଗିରି ଏଚ୍ପିଓ ସନ୍ତୋଷ କୁମାର ଜେନା, ଓଡ଼ିଶା ଶିଳ୍ପୀ ମହାସଂଘ ଜିଲା ସଭାପତି ବାସନ୍ତୀ ନାୟକ, ଜଉକଳା ଗୁରୁ କନକଲତା ଦାସଙ୍କ ସହ ହେମଲତା ଦାସ ପ୍ରମୁଖ ଯୋଗଦେଇ ଜଉକଳା ଓ କଳାକାରର ବିକାଶରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶିଳ୍ପୀ କେଶୁଦାସ ସଭାପତିତ୍ୱ କରିଥିବା ବେଳେ ଫୁଲମଣୀ ସୋରେନ ଧନ୍ୟବାଦ ଦେଇଥିଲେ । ଉକ୍ତ ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ବେଳେ କନକଲତା ଦାସଙ୍କୁ ପ୍ରଥମ, ଫୁଲମଣୀ ସୋରେନକୁ ଦ୍ୱିତୀୟ ଓ ଅନିତା ସିଂ ତୃତୀୟଙ୍କୁ ପୁରଷ୍କାରରେ ପୁଷ୍ପଗୁଚ୍ଛ, ପ୍ରମାଣ ପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ।
