ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଲୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ୟୁନିୟନ ଅଫିସକୁ ଉଦଘାଟନ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିନରାତି କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏକ ୟୁନିୟନ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ l ଏହି ୟୁନିୟନ ଗୃହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଚୌଦ୍ୱାର, କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ l ଦିନରାତି ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ୟୁନିୟନ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବା ସହ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ବିଧାୟକ ଶ୍ରୀ ଦାସ ଧନ୍ୟବାଦ ଜଣାଇଛନ୍ତି l
ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦେବ ଏବଂ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ କର୍ମଚାରୀ ସଂଘର ଉପ-ସଭାପତି ନରହରି ମହାନ୍ତି, ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ଶଶଧର ରଞ୍ଜିତ, ଏଫ. ଏମ ମେଡିକାଲ କର୍ମଚାରୀ ସଂଘ, ବାଲେଶ୍ୱର ର ସମ୍ପାଦକ ଅଶୋକ କୁମାର ଗୋଛାୟତ ପ୍ରମୁଖ ଉପସ୍ଥିତ ରହିଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବିଜେଡ଼ି ଟାଉନ ସଭାପତି ସନତ ଦାସ, ବ୍ଲକ ସଭାପତି ବସନ୍ତ ପଣ୍ଡା, ମହିଳା ଟାଉନ ସଭାପତି ମିନା ମହାନ୍ତି, ଯୁବ ଟାଉନ ସଭାପତି ଉମାଶଙ୍କର ତିଆଡ଼ି, ପୂର୍ବତନ କାଉଁସିଲର ବିଶ୍ୱଜିତ ମହାପାତ୍ର, ଯୁବ କାର୍ଯ୍ୟକାରୀ ସଭାପତି ମାନସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l
