ଅଣ୍ଡର-୧୯ ଏସିଆ କପ୍ : ଭାରତକୁ ୨ ୱିକେଟରେ ହରାଇଲା ପାକିସ୍ତାନ
ଦୁବାଇ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇ ଥିବା ଅଣ୍ଡର-୧୯ ଏସିଆ କପ୍ର ରୋମାଂଚକର ମୁକାବିଲାରେ ବିଜୟୀ ହୋଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଭାରତ । ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି ପାକିସ୍ତାନ ଟିମ । ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୮ରନ ଆବଶ୍ୟକ ଥିବାବେଳେ ହାତରେ ଥିଲା ୩ଟି ୱିକେଟ୍ । ଟିମ ଇଣ୍ଡିଆ ପକ୍ଷରୁ ଶେଷ ଓଭର ବୋଲିଂ କରୁଥିଲେ ରବି କୁମାର । ପ୍ରଥମ ବଲରେ ହିଁ ସଫଳତା ପାଇଥିଲେ । ପରବର୍ତୀ ୨ ବଲରୁ ୨ ରନ କରିଥିଲା ପାକିସ୍ତାନ । ବିଜୟ ପାଇଁ ୩ ବଲରୁ ୬ରନ ଆବଶ୍ୟକ ଥିଲା । ଚତୁର୍ଥ ବଲ ଏବଂ ୫ମ ବଲରେ ୨ ରନ ହୋଇଥିଲା । ଶେଷ ବଲରେ ବିଜୟ ପାଇଁ ୨ ରନ ଆବଶ୍ୟକ ଥିବା ବେଳେ କ୍ରିଜ୍ରେ ଥିବା ଅହମ୍ମଦ ଖାନ ଚୌକା ମାରି ବହୁ ପ୍ରତିକ୍ଷିତ ବିଜୟ ଦେଇଛନ୍ତି ।
ଏହି ମ୍ୟାଚରେ ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା ଭାରତ । ହେଲେ ଭାରତ ବ୍ୟାଟ୍ସମ୍ୟାନମାନେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ଆରାଧ୍ୟ ଯାଦବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହାରନୁର ସିଂ ୪୬, କୌଶଲ ତାମ୍ବେ ୩୨ ରନ କରିଥିଲେ । ଫଳରେ ଭାରତ ୪୯ ଓଭରରେ ଖେଳି ୨୩୭ ରନରେ ଅଲଆଉଟ ହୋଇଯାଇଥିଲା । ଏହା ପରେ ୨୩୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ପାକିସ୍ତାନ ଦଳ । ପାକିସ୍ତାନ ପକ୍ଷରୁ ମହମ୍ମଦ ସେହଜାଦ ୮୧ ଓ ଇରପାନ ଖାନ ୩୨ ରନ କରିଥିଲେ । ଫଳରେ ୫୦ ଓଭରରେ ୮ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ପାକିସ୍ତାନ ।
ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ରନ କରି ଅଲଆଉଟ ହୋଇଯାଇଥିଲା ଭାରତ । ଦଳ ପକ୍ଷରୁ ହରନୋର୍ ପନ୍ନୁ ୪୬ ରନ, ରାଜନଗଡ ବୱା ୨୫ରନ, ଆରାଧ୍ୟା ଯାଦବ ୫୦ରନ, କୌଶଳ ତାମ୍ବେ ୩୨ରନ ଏବଂ ରାଜବର୍ଦ୍ଧନ ହାଙ୍ଗରଗେକର ୩୩ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ସେହଜାଦ ସର୍ବାଧିକ ୮୧ ରନ କରି ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଶେଷର ଅହମ୍ମଦ ଖାନଙ୍କ ଅପରାଜିତ ୧୯ ବଲରୁ ୨୯ରନ ଦଳକୁ ବିଜୟୀ କରାଇଛି । ଅନ୍ୟମାନଙ୍କ ମଧ୍ୟରେ ରିଜୱାନ୍ ସାୟିଦ ୨୯ରନ, ମହମ୍ମଦ ଇରଫାନ ଖାନ ୩୨ରନ, କାସିମ ଆକ୍ରମ ୨୨ରନ, ଅହମ୍ମଦ ସଦାକ୍ୱତ୍ ୨୯ରନ କରିଛନ୍ତି ।
