ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ : ପ୍ରଥମ ସିରିଜ ବିଜୟ ଲକ୍ଷରେ କୋହଲି ବାହିନୀ
ସେଞ୍ଚୁରିଆନ : ଆଜି ଠାରୁ ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ସେଞ୍ଚୁରିଆନର ସୁପରସ୍ପୋର୍ଟ ପାର୍କରେ ଆରମ୍ଭ ହେବାକୁ ଯାଉଛି । ଉଭୟ ଟିମର ଶକ୍ତିଶାଳୀ ବୋଲିଂ ଆକ୍ରମଣ ଥିବାରୁ ଏହି ମ୍ୟାଚ୍ର ବିଜୟ ନେଇ ଉତ୍ସାହ ବଢିବାରେ ଲାଗିଛି ।
ଦକ୍ଷିଣ ଆଫ୍ରିକା ଏକମାତ୍ର ଦେଶ ରହିଛି ଯେଉଁଠାରେ ଭାରତ ଏଯାବତ ଟେଷ୍ଟ ସିରିଜ ବିଜୟର ସ୍ବାଦ ଚାଖିପାରିନାହିଁ । ତେବେ ବିରାଟ କୋହଲିଙ୍କ ନେତୃତ୍ବରେ ବର୍ତ୍ତମାର ଟିମ ଇଣ୍ଡିଆ ପାଖରେ ସିରିଜ ବିଜୟୀ ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ମାତ୍ର ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଇଂନିସରେ ବଡ ସ୍କୋର କରିବା ଟିମ ଇଣ୍ଡିଆ ପାଇଁ ଆହ୍ବାନପୂର୍ଣ୍ଣ ରହିବ । ଦକ୍ଷିଣ ଆଫ୍ରିକା ପାଖରେ କାଗିସୋ ରବାଡା, ଲୁଙ୍ଗି ନିଙ୍ଗିଡି ଓ ବିୟୁରନ ହେଣ୍ଡ୍ରିକ୍ସଙ୍କ ରୂପରେ ଘାତକ ବୋଲର ରହିଛନ୍ତି । ଆନରିଚ୍ ନର୍କିଆ ଆହତ କାରଣରୁ ବାଦ୍ ପଡିଥିବାରୁ ଟିମ ଇଣ୍ଡିଆ ପାଇଁ ସାମାନ୍ୟ ଆଶ୍ବସ୍ତିକର ଖବର ହୋଇଛି ।
ଅନ୍ୟପଟେ ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଏହି ଦୁଇ ଖେଳାଳି ଟିମର ବରିଷ୍ଠ ଓ ଅଭିଜ୍ଞ ହୋଇଥିଲେ ମଧ୍ୟ ଗତି କିଛି ସିରିଜରେ ପ୍ରଦର୍ଶନକୁ ନଇ ସମାଲୋଚିତ ହୋଇଛନ୍ତି । କ୍ୟାପଟେନ ବିରାଟ କୋହଲିଙ୍କ ବ୍ୟାଟ୍ରୁ ମଧ୍ୟ ଲମ୍ବା ସମୟ ଧରି ଶତକୀୟ ଇଂନିସ ଦେଖିବାକୁ ମିଳିନାହିଁ । ଫଳରେ ଶତକ ସହ ବର୍ଷ ଶେଷ କରିବା ପ୍ରୟାସରେ ରହିବେ ବିରାଟ । ଭାରତ ପାଖରେ ମହମ୍ମଦ ସାମି, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ରୂପରେ ଶକ୍ତିଶାଳୀ ବୋଲିଂ ବିକଳ୍ପ ରହିଛି ।
ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍ : ଡିନ୍ ଏଲଗାର(କ୍ୟାପଟେନ୍),ତେମ୍ବା ବାଭୁମା, ସାରେଲ ଏରୱି, କିଗାନ ପିଟରସନ, ଆଡନ ମାର୍କ୍ରମ, ରସି ଭାନ ଡର୍ ଡସନ, ଜର୍ଜ ଲିଣ୍ଡେ, ମାର୍କୋ ଜନସେନ, ୱିଆନ ମୁଲଦର, ପ୍ରେନେଲାନ ସାବ୍ରାୟେନ, କ୍ବିଣ୍ଟନ ଡିକକ୍, କେଏଲ ଭେରିଭେନ, ରିଆନ ରିକେଲଟନ, କାଗିସୋ, ବେଉରାନ ହେଣ୍ଡ୍ରିକ୍ସ, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ଗ୍ଳେଣ୍ଟନ ଷ୍ଟରମନ, ସିସାନ୍ଦ ମଗଲ, ଦୁଆନେ ଓଲିଭର ।
ଭାରତ ସ୍କ୍ବାଡ୍ : ବିରାଟ କୋହଲି(କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତଶ୍ବର ପୂଜାରା, ଶ୍ରେୟସ ଆୟର, ପ୍ରିୟଙ୍କ ପଞ୍ଚଲ, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ବିନ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର ।
