ଦୋଳସାହି ଇନପେରିଆଲ ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ଇନପେରିଅ।।ଲ ୟୁଥ୍ କ୍ଲବ ପକ୍ଷରୁ ଝାଡ଼ିଆ ପଡ଼ିଆ ଠାରେ ୧୬ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍ଯାପିତ ହୋଇ ଯାଇଛି । ଏହି ଫାଇନାଲ ମ୍ୟାଚରେ ବରାଙ୍ଗ ଏନଏସଏସୟୁ ଏବଂ ଦେଉଳା ଜେଜେ ସ୍ପୋର୍ଟିଂ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରାଙ୍ଗ ଏନଏସଏସୟୁ ଟସ୍ ଜିତି ବ୍ୟାଟିଂ କରି ୯୯ ରନ ସଂଗ୍ରହ କରିଥିଲେ । ଜବାବରେ ଦେଉଳା ଜେଜେ ସ୍ପୋର୍ଟିଂ ୧୦୦ ରନ୍ କରି ବିଜୟ ଲାଭ କରିଥିଲା । ମ୍ୟାନଅଫଦି ମ୍ୟାଚ ଭାବେ ବରାଙ୍ଗ ଟିମ୍ର ଅଜୁ ପଣ୍ଡା ଏବଂ ମ୍ୟାନଅଫଦି ସିରିଜ ଭାବେ ଲଲାଟେନ୍ଦୁ ଘଡ଼େଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସବ୍ୟସାଚି ସାହୁ ଓ ଚନ୍ଦ୍ରକାନ୍ତ ଜେନା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଏବଂ ଭଦ୍ରକ ପୌରାପାଳିକା ଅଧ୍ୟକ୍ଷା ଗୁଲମୁକୀ ହବିବ, ପାଳିଆବିନ୍ଧା ସେବା ସମବାୟ ସଭାପତି ମିନତୀଲତା ଦାସ, ସମାଜସେବୀ ବିଜୟ କୁମାର ନାୟକ, କିଶେର କୁମାର ଜେନା ଅତିଥି ଭାବେ ଯୋଗ ଦେଇ ଚମ୍ପିଅନ ଦଳକୁ ସିଲ୍ଡ ଓ ରନର୍ସଅପ ଦଳକୁ କପ୍ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଓମପ୍ରକାଶ ଦାସ, ଶିବ ମାହୁନ୍ତ, ଚନ୍ଦ୍ରଶେଖର ମୁଦୁଲି, ସରିଫ ଅଲ୍ଲୀ, ଆକାଶ ପାଣ୍ଡବ, ଅରିଫ ଅଲ୍ଲୀ ପ୍ରମୁଖ ପରିଚାଳନା କରିଥିଲେ ।
