ପୋଖରୀରେ ବୁଡି ଦୁଇ ନାବାଳିକା ମୃତ
ମାଲକାନଗିରି : ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ଶିଶୁ କନ୍ୟା। ଏପରି ଅଭାବନୀୟ ଘଟିଛି ମାଲକାନଗିରି ଥାନା ଅଂଚଳରେ । ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା । ଉଭୟଙ୍କ ଘର ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ, ଦୁଇ ଝିଅ ପୋଖରୀକୁ ଗାଧେଇବାକୁ ଯାଇ ବୁଡି ଯାଇଥିବା ସୁଚନା ମିଳିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଦୁଇ ଝିଅ ପୋଖରୀରେ ବୁଡି ଯାଇଥିବା ଜାଣିପାରି ଦମକଳ ବିଭାଗକୁ ଖବର ଦେଇଥିଲେ । ପରେ ଦମକଳ ବିଭାଗ ମୁଣ୍ଡା ଗୁଡା ଗ୍ରାମରେ ପହଞ୍ଚି ପୋଖରୀରୁ ଦୁଇ ନାବାଳିକାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।
