ଦୁଇ ଫେରାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା
ସୋର : ସୋର ପୁଲିସ୍ ତରଫରୁ ଚଢ଼ାଉ ବେଳେ ଦୁଇ ଜଣ ଫେରାର ଚୋରା ଦେଶୀମଦ ବେପାରୀଙ୍କୁ ଆଜି ପୁଲିସ ଗିର‘ କରି କୋର୍ଟ ଚାଲାଣ କରିଛି । ସବିରା ଗ୍ରାମର ଲକ୍ଷ୍ମଣ ଜେନା ଏବଂ ଗୌରାଙ୍ଗ ଜେନା ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ସୋର ପୁଲିସ ଗତ ଏପ୍ରିଲ ୨୭ ତାରିଖରେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେତେବେଳେ ପୁଲିସ ତାଙ୍କ ନିକଟରୁ ୧୦୦୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ଉଭୟ ଚମ୍ପଟ ମାରିଥିଲେ । ସୋର ପୁଲିସ ୨୦୦/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିଲା । ବୁଧବାର ରାତିରେ ଉଭୟ ଘରେ ଥିବା କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ ଏଏସଆଇ ପ୍ରତାପ କାଲୋ ସଦଳବଳେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିବା ବେଳେ ଆଜି ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
