ବ୍ୟାଙ୍କ ଋଣ ପରିଶୋଧ ନ କରିବାରୁ ସିଲ୍ ହେଲା ରାଇସ୍ ମିଲ
ନୀଳଗିରି : ନୀଳଗିରି ଅଞ୍ଚଳର ଜନୈକ ରାଇସମିଲ୍ ମାଲିକ ବାଲେଶ୍ୱର ପଞ୍ଜାବନେସନାଲ ବ୍ୟାଙ୍କରୁ ୧କୋଟି ୫୩ ଲକ୍ଷ ଟଙ୍କା ଋଣ ଆଣିଥିଲା ବେଳେ ଋଣ ପରିଶୋଧୋର ଖିଲାପି ପାଇଁ ବ୍ୟାଙ୍କ ପକ୍ଷରୁ ବହୁବାର ନୋଟିସ ଜାରି କରିଥିବା ବେଳେ ସଂପୃକ୍ତ ମିଲ୍ର ଖିଲାପ ଋଣ ପରିଶୋଧ କରି ନ ପାରିବାରୁ ଆଜି ବ୍ୟାଙ୍କ ପକ୍ଷରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉକ୍ତ ରାଇସ ମିଲ୍ଟିକୁ ବ୍ୟାଙ୍କ ନିଜ ଅଧୀନକୁ ଆଣିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ବ୍ଲକର ନରସିଂହପୁର ପଂଚାୟତର ନରସିଂହପୁର ଗାଁର କରୁଣାକର ପୃଷ୍ଟିଙ୍କ “ମହାଲକ୍ଷ୍ମୀ ରାଇସମିଲ୍” ର ଏପରି ଏକ ଘଟଣା ଘଟିଛି । ରାଇସ୍ ମିଲ୍ର ମାଲିକ କରୁଣାକର ପୃଷ୍ଟି ବାଲେଶ୍ୱରସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଉକ୍ତ ରାଇସ ମିଲ୍ ନାମରେ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲା ବେଳେ ସୁଧ ଓ ମୂଳ ମିଶାଇ ପ୍ରାୟ ୧କୋଟି ୭୦ଲକ୍ଷ ଟଙ୍କା ହୋଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ବହୁବାର ଖିଲାପି ଋଣ ପରିଶୋଧ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ଜାରି କରାଯାଇଥିଲା ବେଳେ ମିଲ୍ର ସତ୍ୱାଧିକାରୀ ଶ୍ରୀ ପୃଷ୍ଟି ଖିଲାପି ଋଣ ପରିଶୋଧ କରି ନ ଥିଲେ । ଶେଷରେ ଗୁରୁବାର ବ୍ୟାଙ୍କ ପକ୍ଷରୁ ନୀଳଗିରି ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଥିବା ବେଳେ ପୋଲିସ ଫୋର୍ସ ନେଇ ମହାଲକ୍ଷ୍ମୀ ରାଇସ ମିଲ୍ କୁ ବ୍ୟାଙ୍କ ନିଜ ଅଧିନକୁ ଆଣିଛନ୍ତି । ଫଳରେ ସଂପୃକ୍ତ ମିଲ ପରିସରଟି ଶ୍ରୀପୃଷ୍ଟିଙ୍କ ସତ୍ୱରୁ ବ୍ୟାଙ୍କ ହାତକୁ ଯାଇଅଛି । ଏ ନେଇ ଶ୍ରୀ ପୃଷ୍ଟି ପ୍ରତିକ୍ରିୟା ନେବା ପରେ ସେ ବ୍ୟାଙ୍କ ରୁ ଋଣ ଆଣିଥବବା ସ୍ୱୀକାର କରିଥିଲେ ।
