କମ୍ପାନୀର ଶୋଷଣ ନୀତି ବିରୋଧରେ କୁକୁଡ଼ା ଚିଆଁ ଧରି ଥାନାର ଦ୍ୱାରସ୍ତ ହେଲେ ଚାଷୀ
A farmer veterinary walks inside a poultry farm
ସୋର : ଗୁରୁବାର ସୋର ଥାନାରେ ବିଭିନ୍ନ କୁକୁଡ଼ା ଚାଷୀମାନେ ସେମାନଙ୍କ ଚିଆଁକୁ ଧରି ସୋର ଥାନାରେ ଦ୍ୱାରସ୍ତ ହୋଇଥିଲେ । ବିଭିନ୍ନ କୁକୁଡା କମ୍ପାନୀମାନଙ୍କର ଶୋଷଣ ନୀତି ଯୋଗୁଁ ଦୀର୍ଘଦିନ ହେଲା ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ କମ୍ପାନୀ ଏହାର ସମାଧାନ କରୁନାହିଁ । ‘ଳରେ ସୋର କୁକୁଡ଼ା ଚାଷୀ ସଂଘ ୧୭ ତାରିଖଠାରୁ ଆଉ ଚିଆଁ ନଦେବାକୁ ବିଭିନ୍ନ କମ୍ପାନୀକୁ ଜଣେଇ ଦେଇଥିଲେ । ମାତ୍ର କମ୍ପାନୀ କିଛି ନ ଶୁଣି ଆଜି ପୂର୍ବାହ୍ଣରେ ଚିଆଁ ଗାଡ଼ି ଧରି ସୋରରେ ପହଞ୍ଚିବା ପରେ ଚାଷୀମାନେ ଏକତ୍ର ହୋଇ ଚିଆଁ ଗାଡ଼ିକୁ ଅଟକାଇ ଥାନାକୁ ନେଇ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇଥିଲେ । ସୋର ଥାନା ଆଇଆଇସି ସୁଜାତା ଖମାରୀ ଏହି ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଏହି ଗାଡ଼ିକୁ ଛାଡ଼ିଦେଇଥିଲେ ।
