ବିଜାତଳା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଯକ୍ଷ୍ମା ମୁକ୍ତ କର୍ମଶାଳା ଅନୁଷ୍ଠିତ
ରାଇରଙ୍ଗପୁର : ଯକ୍ଷ୍ମା ରୋଗର ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଲେଣି । ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଯକ୍ଷ୍ମା ରୋଗର ନିରାକରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିବା ବେଳେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୟୂରଭଂଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବିଜାତଳା ବ୍ଲକକୁ ଦୁଇ ବର୍ଷ ପାଇଁ ପ୍ରୟୋଗଶାଳା ଭାବେ ଗ୍ରହଣ କରାଯାଇଛି । ସେଥିପାଇଁ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ରିଚ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ରାଜ୍ୟ ଯକ୍ଷ୍ମା ପଦାଧିକାରୀ ଡାକ୍ତର ସୁବ୍ରତ ପଣ୍ଡା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରୁପାଭାନୁ ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ନୁରୂଲ ହାସନ, ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ପତିତପାବନ ପତି, ବିଶ୍ୱ ରଂଜନ ରାଉତ, ମୟୂରଭଂଜ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଦୀନକୃଷ୍ଣ ବାରିକ, ରିଚ୍ ଅନୁଷ୍ଠାନର ଜାତୀୟ ସଂଯୋଜକ କରବି ମଜୁମଦାର ଓ ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ସିଂ ପ୍ରମୁଖ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଏହି ଅଂଚଳର ଲୋକ ମାନେ ଅନେକ ଅକାଳରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ନଜିର ରହିଛି । ଯାହାଫଳରେ ପରିବାରର ସାମାଜିକ ଓ ଆର୍ôଥକ ଅବସ୍ଥା ଶଙ୍କଟାପନ୍ନ ରହିଛି । ତେଣୁ ବିଜାତଳାକୁ ପ୍ରୟୋଗ ଶାଳା ଭାବେ ଗ୍ରହଣ କରାଯାଇ ଯକ୍ଷ୍ମା ମୁକ୍ତ ବ୍ଳକ ଭାବେ ଘୋଷଣା କରିବା ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଜିଲ୍ଲା ସଂଯୋଜକ ଦୀନକୃଷ୍ଣ ବାରିକ ଉପସ୍ଥାପନା କରିଥିଲେ । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ଅତ୍ୟାଧୁନିକ ଯନ୍ତ୍ର, କଫ ପରୀକ୍ଷା ମେସିନ, ମାଗଣା ଔଷଧ, କଫ ପରୀକ୍ଷା, ଚିକିତ୍ସା ଭତା, ଆର୍ôଥକ ପ୍ରୋତ୍ସାହନ, ଇତ୍ୟାଦି ଯୋଗାଇ ଦିଆଯାଉଅଛି ବୋଲିଆତିଥି ମାନେ ପ୍ରକାଶ କରିଥିଲେ ।
