ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅଧୀନ ନଡପୁର ହାଇସ୍କୁଲ ପଡିଆରେ କୁମାର ଯୁବକ ସଂଘ ଆନୁକୂଲ୍ୟରେ ଦୁଇଦିନିଆ ଅନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଧନୁଶ କ୍ଲବ୍ କୁ ହରାଇ ଆରସିଏମ୍ କ୍ଲବ୍ କ୍ଷୀରପଦା ଚାମ୍ପିଅନ୍ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଲଲାଟେନ୍ଦୁ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସବିତା ଦାସ ଯୋଗ ଦେଇ ବିଜୟୀ ଦଳକୁ ୧୫ ହଜାର ଓ ରନର୍ସଅପ୍ ଦଳକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। କ୍ଲବ୍ ର ସଦସ୍ୟ ଜୟନ୍ତ ମହାନ୍ତି, ହରିଶ୍ଚନ୍ଦ୍ର ଦାସ, ରାଜେନ୍ ଦାସ, ରାମଜିତ ମାଝୀ, ସୁନୀଲ ପାତ୍ର, ଗଙ୍ଗାଧର ମହାକୁଡ, ଆକାଶ ମୁର୍ମୁ, ଆଶିଷ ସାହୁ, ନିମୁ ଟୁଡୁ, ସୁକୁଲ ଟୁଡୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
