ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡିର କ୍ୟାମ୍ପସ କମିଟି ଗଠିତ ଅଭିଷେକ ହେଲେ ଆବାହକ
ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କମିଟି ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି ବିସିଜେଡି ରାଜ୍ୟ ସଭାପତି ଦେବୀ ରଂଜନ ତ୍ରିପାଠୀ । ଉକ୍ତ କମିଟିରେ ଅଭିଷେକ ପଣ୍ଡାଙ୍କୁ ଆବାହକ, ଜ୍ୟୋତିପ୍ରଜ୍ଞା ଓ ପୃଥ୍ୱୀରାଜଙ୍କୁ ସହ ଆବାହକ, ସୌମ୍ୟ ଦର୍ଶନ, ସୌମ୍ୟ ରଂଜନ, ସାଲମା, ଦିଗମଣିଙ୍କୁ କ୍ରୀଡା ପ୍ରତିନିଧି, ଶୁଭସ୍ମିତା, ସ୍ନେହା, ବନ୍ଧନ, ନରତୋମଙ୍କୁ ସାଂସ୍କୃତିକ ପ୍ରତିନିଧି, ପୂରବ, ସୂର୍ଯ୍ୟକାନ୍ତ, ସୋନାଲି, ମନିଷାଙ୍କୁ ସାମାଜିକ କାର୍ଯ୍ୟକଳାପ ପ୍ରତିନିଧି, ସନ୍ତୋଷ, ଶିଶିର, ପୁଷ୍ପାଂଜଳି, ହରପ୍ରିୟାଙ୍କୁ ସହାୟତା କେନ୍ଦ୍ର ପ୍ରତିନିଧି, ଆକାଶଙ୍କୁ ଛାତ୍ରବାସ ଆବାହକ, ସ୍ୱପ୍ନେଶ୍ୱର ଓ ସୁଚିସ୍ମିତାଙ୍କୁ ଡେ ସ୍କୋଲାର୍ ସୋସାଇଟି ପ୍ରତିନିଧି , ବିପ୍ଲବ, ହାପନା, ମିତାକ୍ଷୀ ଓ ଶୁଭଲକ୍ଷ୍ମୀଙ୍କୁ ସାମାଜିକ ଗଣମାଧ୍ୟମ ପ୍ରତିନିଧି ଭାବେ ସର୍ବୋମୋଟ ୨୬ ଜଣଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି ।
