ବିଦ୍ୟୁତ ବିଭାଗର ଶ୍ରମିକ ନେତାଙ୍କ ଶ୍ରଦ୍ଧାଞ୍ଜଳୀ ସଭା
କେନ୍ଦୁଝର : କେନ୍ଦୁଝର ପାୱାର ଏମ୍ୟିକ ୟୁନିୟନ ଦିବଂଗତ ନେତା ସ୍ୱର୍ଗତ ତାରାକାନ୍ତ ପଟ୍ଟନାୟକ ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା କେନ୍ଦୁଝର ପାୱାର ହାଉସ ପ୍ରାଙ୍ଗଣରେମଙ୍ଗଳବାର ଦିନ ତା୨୧-୦୨-୨୦୨୩ ଅନୁଷ୍ଠିତ ହୋଇଯାଇଛି ।ସଂଗଠନ ର ସହ ସାଧାରଣ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ବହୁବକ୍ତା ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ସ୍ଥାନୀୟ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ନାରାୟଣ ଦାସ,ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିନକେତନ ସାମଲ, ଉପଖଣ୍ଡ ଅଧିକାରୀ ଶ୍ରୀ ଜିତେନ୍ଦ୍ର ବେହେରା, ଶ୍ରୀ ସନ୍ତୋଷ କୁମାର ପରିଡା , ଶ୍ରୀ ସର୍ବେଶ୍ୱର ସାହୁ, ଡେପୁଟି ନାୟକ(ଆଡମିନ୍), ରବିନ୍ଦ୍ର ଯଜାତୀ ବିଶ୍ୱାଳ,ଶ୍ରୀ ମ୍ୟାନେଜର ଶ୍ରୀ ଶଶୀଭୂଷଣ କେଶରୀ ଗ୍ରହାଚାୟ(ଏ.ଜି.ଏମ୍ ଫାଇନାନ୍ସ), ଏଥିସହିତ ସଂଗଠନର ପଙ୍କଜ କୁମାର ଜେନା, (ଯୁଗ୍ମ ସଂପାଦକ) ତ୍ରିଲୋଚନ ମହାରଣା (ଡିଭିଜନ ସେକ୍ରେଟେରୀ), ମଳୟ କୁମାର ସା (ସର୍କଲ ସେକ୍ରେଟେରୀ),ପ୍ରତାପ କୁମାର ଖିଲାର (ହେଡ ସିଷ୍ଟାଣ୍ଡ),କୃଷ୍ଣଚନ୍ଦ୍ର ନନ୍ଦ, ଜୟକୃଷ୍ଣ ଦାସ, ନିହାର ରଂଜନ ଖଟୁଆ, କିଶୋର ଚନ୍ଦ୍ରପାଣିଗ୍ରାହୀ, ଜଜନେଶ୍ୱର ସୁର,ଅସିତ କୁମାର ରାଉତ,ପ୍ରଶାନ୍ତ କୁମାର ସାହୁ,ଖିତିସ ମହାନ୍ତ, ରଂଜନ କୁମାର ମହାନ୍ତ,ଆଶିଷ କୁମାର ମହାପାତ୍ର, ଅମରେଷ ଘୋଷ, ଜୟନ୍ତ କୁମାର ମହନ୍ତ,ସଞ୍ଜିବ କୁମାର ଗିରି,ଦିପକ ମହାନ୍ତି,ଜ୍ଞାନରଞ୍ଜନ ମହାନ୍ତି, ଶୁଭ୍ରାଂଶୁ ମହାନ୍ତି, ନବିନ ଦାସ, ଜିତେନ୍ଦ୍ର ସେଠୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକ ଙ୍କ ଫଟୋଚିତ୍ରରେ ପୁଷ୍ପଅର୍ପଣ ସହିତ ନିରବ ପ୍ରାର୍ଥନା ସହ ଅମରଆତ୍ମା ପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ କୃତଜ୍ଞତା ଜଣାଇ ସଭା ସାଙ୍ଗ କରିଥିଲେ ।
