ବିଲରେ ପାଣି ମଡାଉଥିଲେ, ଦନ୍ତା ଆକ୍ରମଣରେ ୩ ଗୁରୁତର
କେନ୍ଦୁଝର : ହାତୀ ଆକ୍ରମଣରେ ୩ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ଗୁରୁତରମାନେ ହେଲେ କାଟୁଳିକନା ଗାଁର ନବୀନ ମୁଣ୍ଡା, ଗୋବିନ୍ଦ ମୁଣ୍ଡା ଓ ରୋହିତ ମୁଣ୍ଡା । କେନ୍ଦୁଝର ଚମ୍ପୁଆ ରେଂଜ କାଟୁଳିକନାରେ ଘଟଣା ଘଟିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରାତିରେ ବିଲରେ ପାଣି ମଡ଼ାଉଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଯାହାଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
