୧ ରୁ ୭ ତାରିଖ ହେବ ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦କ୍ରିକେଟ ଟୁର୍ଣ୍ଣାମେଣ୍ଟ
କେନ୍ଦୁଝର : ଶଙ୍କର ସ୍ପୋଟିଂ କ୍ରିକେଟ ଏକାଡେମି ପକ୍ଷରୁ ଚିନ୍ମୟ ମେମୋରିଆଲ ଅଲ୍ଇଣ୍ଡିଆ ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ଆଜି ଏକ ପ୍ରେସମିଟ ସ୍ଥାନୀୟ କାଶଭି ଇଣ୍ଟରନ୍ୟାସନାଲ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ର ବରିଷ୍ଠ ଉଦ୍ଦ୍ୟକ୍ତା ସୌମ୍ୟ ଶଙ୍କର ଚକ୍ର, ଦିପୁ ପଟ୍ଟନାୟକ, ଲାଲା ପତି, ସମୀର ମିଶ୍ର, ସଂଜୀବ ସାହୁ ଉପସ୍ଥିତ ରହି ଆସନ୍ତା ୧ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ପ୍ରତିଯୋଗିତା ଉପରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ସମୁଦାୟ ସାତଟି ଅନ୍ୟାନ୍ୟ ରାଜ୍ୟ ସମେତ ଓଡିଶା ରୁ ପାଂଟି ଟିମ୍ ଭାଗ ନେବେ । ୨୮ ତାରିଖରେ ଏକ ପଟୁଆର ମାଧ୍ୟମରେ ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ ହେବ । ଭାରତ ତଥା ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ଖେଳ ପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଏକ ଉର୍ଣ୍ଣତ ମାନର ପ୍ରଦର୍ଶନ ଦେଖିପାରିବେ ବୋଲି ଆଶା ରଖିଛନ୍ତି ଆୟୋଜକ ।
