ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୧ କରୋନା ଆକ୍ରାନ୍ତ
ଭୁୁବନେଶ୍ୱର : ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୮୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୫୯୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୫୬ ଜଣ ଓ କଟକ ଜିଲ୍ଲାରୁ ୬୫, ବାଲେଶ୍ୱରରୁ ୫୯, ଯାଜପୁରରୁ ୩୨, ମୟୂରଭଂଜରୁ ୨୬, କେନ୍ଦ୍ରାପଡ଼ାରୁ ୨୧, ପୁରୀରୁ ୧୯, ଅନୁଗୁଳ ଓ ଜଗତସିଂହପୁରରୁ ୧୮-୧୮, ସୁନ୍ଦରଗଡ଼ରୁ ୧୬ ଓ ଢେଙ୍କାନାଳରୁ ୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ସେହିପରି ଦେବଗଡ଼ ଓ ନୟାଗଡ଼ରୁ ୧୧ ଲେଖାଏଁ , ଝାରସୁଗୁଡ଼ା ଓ ସମ୍ବଲପୁରରୁ ୭-୭, ଭଦ୍ରକରୁ ୬, ବୌଦ୍ଧ, ଗଂଜାମ, କେନ୍ଦୁଝର ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ବରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟରୁ ୩ ଜଣ ଲେଖାଏଁ, ଗଜପତି, ମାଲକାନଗିରି, ନୂଆପଡ଼ାରୁ ୨ ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ ରୁ ୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
