ମୂର୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର
ଭୁୁବନେଶ୍ୱର : ପୂଜାରେ ମୂର୍ତି ଉଚ୍ଚତା ପ୍ରସଙ୍ଗ ନେଇ ଆସନ୍ତାକାଲି (ବୁଧବାର) ବୈଠକ ଡାକିଛନ୍ତି ରାଜ୍ୟ ସରକାର । ବୈଠକରେ କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ ପାଇଁ ଡାକରା ।
ଉଲ୍ଲେଖ୍ୟଯୋଗ୍ୟ ଯେ ମଙ୍ଗଳବାର ଦିନ ବିଧାନସଭାରେ ମୂର୍ତି ପ୍ରସଙ୍ଗ ଉଠିଥିଲା । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଥିଲେ ।
