ଭୁୁବନେଶ୍ୱର : ୨୨୬ ପଜିଟିଭ୍ ଓ ୧୪୫ ସୁୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ମଙ୍ଗଳବାର ଦିନ ଆଉ ୨୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୮ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୭୮ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ପଟିଆରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୧୩ ଜଣ, ରସୁଲଗଡ ଓ ପୋଖରୀପୁଟରୁ ୯ ଜଣ ଲେଖାଏଁ, ନୟାପଲ୍ଲୀ , ଓଲ୍ଡ ଟାଉନ୍ , ୟୁନିଟ୍ ୮ , ସୁନ୍ଦରପଦା ଓ ସହୀଦନଗରର ୮ ଜଣ ଲେଖାଏଁ , ସାମନ୍ତରାପୁରରୁ ୫ ଜଣ, ଶୈଳଶ୍ରୀବିହାର, ଲକ୍ଷ୍ମୀସାଗର ,ଟଙ୍କପାଣିରୋଡ୍ , ଝାରପଡା, ଭୀମଟାଙ୍ଗୀ , ୟୁନିଟ ୯ ଓ ଜଗନ୍ନାଥନଗର ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୩୧୧ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୪୨୪୦ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୦୪୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୫ କୁ ବୃଦ୍ଧି ପାଇଛି ।
