ଭୁବନେଶ୍ୱର : ୩୩୪ ପଜିଟିଭ୍ ଓ ୨୨୯ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶନିବାର ଦିନ ଆଉ ୩୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୨୪୮ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମଡୁମାରୁ ୧୬ ଜଣ , ପଟିଆରୁ ୧୫ ଜଣ ,ସୁନ୍ଦରପଦାରୁ ୧୦ ଜଣ, ଓଲ୍ଡଟାଉନ୍ ରୁ ୯ ଜଣ,ୟନିଟ ୯ରୁ ୮ ଜଣ, ଶାସ୍ତ୍ରୀନଗର, ବମିଖାଲ, ଝାରପଡା , ଖଣ୍ଡଗିରି ଓ ଶୈଳଶ୍ରୀବିହାରରୁ ୬ ଜଣ ଲେଖାଏଁ, ଚନ୍ଦ୍ରଶେଖରପୁର , ସହୀଦନଗର, ୟୁନିଟ୍ ୩ , ପଳାଶୁଣୀ ରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୭୯୭ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୯୮୦୭୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୨୮୦୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୮୯୬ କୁ ବୃଦ୍ଧି ପାଇଛି ।
