ରାଜ୍ୟରେ ଆଉ ୧୫୨୫ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ୧୫୨୫ ଜଣ ଆକ୍ରାନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୪୫୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ଓ କଟକ ଜିଲ୍ଲାରୁ ୨୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରରୁ ୯୫, ବାଲେଶ୍ୱର ଓ ପୁରୀରୁ ୮୪ ଜଣ ଲେଖାଏଁ , ଭଦ୍ରକରୁ ୭୧, ଯାଜପୁରରୁ ୭୦, ଅନୁଗୁଳରୁ ୫୧, କେନ୍ଦ୍ରାପଡ଼ାରୁ ୫୦, ଢେଙ୍କାନାଳରୁ ୪୫ ଓ ମୟୂରଭଂଜରୁ ୩୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
ସେହିଭଳି ନୟାଗଡ଼ରୁ ୩୮, ସୁନ୍ଦରଗଡ଼ରୁ ୨୬, ସମ୍ବଲପୁରରୁ ୧୮, ସୁବର୍ଣ୍ଣପୁରରୁ ୧୭, ରାୟଗଡ଼ାରୁ ୧୬, କନ୍ଧମାଳ ଓ କେନ୍ଦୁଝରରୁ ୧୧ ଲେଖାଏଁ, ବଲାଙ୍ଗୀର ଓ ମାଲକାନଗିରିରୁ ୧୦ ଜଣ ଲେଖାଏଁ , ଗଂଜାମରୁ ୮, ବୌଦ୍ଧ ଓ ଗଜପତିରୁ ୭-୭, ନବରଂଗପୁରରୁ ୬, ବରଗଡ଼, କଳାହାଣ୍ଡି ଓ କୋରାପୁଟରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
