ପୂଜାରେ ପଚା ନଡ଼ିଆ ବାହାରିଲେ ମିଳିଥାଏ ଏହି ସଂକେତ ! ଏହାଦ୍ୱାରା ଜାଣନ୍ତୁ କି ଭବିଷ୍ୟତରେ ଆପଣଙ୍କ ସହ କଣ ସବୁ ହେବାକୁ ଯାଉଛି
ଆମେ ଜାଣିଛୁ ଅନେକ ସମୟରେ ଅନେକ ସଙ୍କେତ ଆମକୁ ଅନେକ ଅର୍ଥ ଦର୍ଶାଇ ଥାଏ। ଏହାକୁ ମଧ୍ୟ ଆମେ ମାନିଥାଉ । ସେହିପରି ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକମାନେ ଏବେବି ଭଗବାନ ଙ୍କ ଉପରେ ଭରସା ରଖିଥାନ୍ତି କାରଣ ଏବେ ପର୍ଯ୍ୟନ୍ତ ବିଜ୍ଞାନ ଭଗବାନ ଙ୍କୁ ଜିତି ପାରିନାହିଁ ।ତେବେ ଲୋକମାନଙ୍କ ର ଭକ୍ତି ବି ମଧ୍ୟ କେବେ କେବେ ଭଗବାନ ବିବାସ କରିଦେଇଥାଏ ଏହି ମର୍ତ୍ତ୍ୟମଣ୍ଡଳ ଆସିବାକୁ ।କିନ୍ତୁ ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କେତେକ ନୀତି ନିୟମ ମଧ୍ୟ ଆମେ ପାଳନ କରିଥାଉ ।ଆଉ କେବେ କେବେ ଏଥିରେ କିଛି ବିଘ୍ନ ଘଟିଲେ ଆମେ ଅଶୁଭ ବୋଲି ମଧ୍ୟ ମନେ କରିଥାଉ ।
ଅନେକ ଏଭଳି ସଂକେତ ଅଛି ଯାହାକୁ ଆମେ ଜାଣିନାହୁଁ। ଆଜି ଆମେ ସେହିପରି ଏକ ସଂକେତ ବିଷୟରେ ଜାଣିବା।ସମସ୍ତଙ୍କ ସହ କେବେ ନା କେବେ ଏହା ଘଟିଥାଏ କି ପୂଜାରେ ବ୍ୟବହାର ନଡିଆ ଖରାପ ବାହାରିଥାଏ।ଏହି ସମୟରେ ମନରେ ଏହା ଭାବନା ଆସିଥାଏ କି ଖରାପ ନଡିଆ ଯୋଗୁ ଭଗବାନ ଖରାପ ଭାବିପାରନ୍ତି।ବା ଏହାର ଅଶୁଭ ଫଳ ପରିବାର ଲୋକଙ୍କୁ ଭୋଗିବାକୁ ପଡିପାରେ ବୋଲି।ଲ କିନ୍ତୁ ଆପଣଙ୍କୁ କହିରଖିବୁ ପୂଜାରେ ଯଦି ନଡିଆ ଖରାପ ବାହାରିଥାଏ ଏହା ଅଶୁଭ ହୋଇନଥାଏ। ଏହା ପଛରେ ଅଲଗା କାରଣ ଅଛି ବୋଲି କୁହାଯାଇଛି।ତେଣୁ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ।
ଶାସ୍ତ୍ରରେ ନଡ଼ିଆକୁ ଧନର ଦେବୀ ମା ଲଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଇଛି। ମା ଲଷ୍ମୀଙ୍କ ପୂଜାରେ ନଡିଆ ଅବଶ୍ୟ ରଖାଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କୌଣସି ବି ପୂଜାରେ ଶ୍ରୀ ଫଳ ବା ନଡିଆ ରଖିବା ଆବଶ୍ୟକ। ନଡିଆ ବିନା ପୂଜା ସମ୍ପୂର୍ଣ ହୋଇନଥାଏ। କୌଣସି ବି ଶୁଭ କାମରେ ଆଜି ନଡ଼ିଆ ବାଡ଼ାଯାଇଥାଏ ଏହା ଦ୍ୱାରା ସେହି କାଯ୍ୟ ବିନା ବାଧା ରେ ପୁରା ହୋଇଥାଏ। ଯଦି ପୂଜା ସମୟରେ ନଡିଆ ଖରାପ ବାହାରିଥାଏ ଏହା ଅଶୁଭ ନୁହଁ ଶୁଭ ହୋଇଥାଏ। ଏହି ନଡ଼ିଆକୁ ଶୁଭ ମାନିବା ପଛରେ ଏକ କାରଣ ରହିଛି।
ମାନ୍ୟତା ଅନୁସାରେ ପୂଜାରେ ବାହାରିଥିବା ନଡିଆ ଖରାପ ବାହାରିବାର ଅର୍ଥ ସେହି ନଡ଼ିଆକୁ ଭଗବାନ ଗ୍ରହଣ କରିସାରିଛନ୍ତି। ଏହି କାରଣରୁ ସେହି ନଡ଼ିଆଟି ଭିତରୁ ସୁଖିଯାଇଥାଏ । ଏହା ସହିତ ଏହା ଆପଣଙ୍କର ମନର ଇଚ୍ଛା ପୂରଣ ହେବାର ସଂକେତ ବୋଲି ମଧ୍ୟ କୁହାଯାଇଛି। ଏହି ସମୟରେ ଯଦି ଆପଣ କୌଣସି ବି କାମ ମାଗିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ। ସେଥିପାଇଁ ଯଦି ପୂଜା ସମୟରେ ନଡିଆ ଖରାପ ବାହାରେ ଆପଣ ମନ ଦୁଖଃ କରନ୍ତୁନି କାରଣ ଏହା ଭଲ ଖବର ଅଟେ ଓ ଯଦି ନଡିଆ ଭଲ ବାହାରେ ଆପଣ ସେହି ନଡ଼ିଆକୁ ଲୋକଙ୍କ ଭିତରେ ବାଣ୍ଟି ଦିଅନ୍ତୁ। କାରଣ ପୂଜା ପରେ ଏପରି କରିବା ଶୁଭ ମାନାଯାଇଛି। କେବଳ ନଡିଆ ନୁହେଁ କୌଣସି ବି ଭୋଗ କରାଯାଇଥିବା ସାମଗ୍ରୀକୁ ପୂଜା ପରେ ବାଣ୍ଟିବା ଶୁଭ ମନାଯାଇଛି।
ପୂଜାରେ କଣ ହୋଇଥାଏ ନଡିଆର ମହତ୍ଵ :
ନଡିଆକୁ ଶ୍ରୀଫଳ ବି କୁହାଯାଏ । ଏମିତି ମାନ୍ୟତା ଅଛି କି ଭଗବାନ ବିଷ୍ଣୁ ପୃଥିବୀ ଉପରେ ଅବତାର ନେବା ସମୟରେ ବିଷ୍ଣୁ ଓ ଲକ୍ଷ୍ମୀ ନଡିଆର ବୃକ୍ଷ ଓ କାମଧେନୁକୁ ନିଜ ସହିତ ଆଣିଥିଲେ ।
ଏମିତି ବି ନିୟମ ଅଛି କି ନଡିଆକୁ ପୂଜା କରିବା ପରେ କେବଳ ପୁରୁଷ ହିଁ ଭାଙ୍ଗି ପାରିବେ । ଏଥିରୁ ବାହାରୁଥିବା ପାଣିରେ ଭଗବାନଙ୍କ ପ୍ରତିମାର ଅଭିଷେକ କରାଯାଇଥାଏ ।
ମଙ୍ଗଳବାର ଦିନ ବଜରଙ୍ଗବଲିଙ୍କ ପ୍ରତିମା ସାମ୍ନାରେ ନଡିଆକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଭାଙ୍ଗିବା ଦ୍ଵାରା ଆପଣ ଖରାପ ନଜରରୁ ମୁକ୍ତି ପାଇ ଯିବେ ।
ଭଗବାନ ଶିବଙ୍କୁ ବି ନଡିଆ ବହୁତ ପସନ୍ଦ ଅଟେ । ଏଥିରେ ହୋଇଥିବା ତିନୋଟି ଆଖିର ତୁଳନା ଶିବଙ୍କ ତ୍ରିନେତ୍ର ସହ କରାଯାଇଛି । ନଡିଆ ଶୁଭ, ସମୃଦ୍ଧି, ଉନ୍ନତି ଓ ସମ୍ମାନର ସୂଚକ ହୋଇଥାଏ । ଆପଣଙ୍କୁ ଆମର ଏହି ସୂଚନା ଗୁଡିକ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।



