ସୋର ଡାକ୍ତରଖାନା ପରିସରରୁ ବାଇକ ଚୋରି: ଥାନାରେ ଅଭିଯୋଗ
ସୋର : ଗୁରୁବାର ପୂର୍ବାହ୍ଣରେ ସୋର ଡାକ୍ତରଖାନା ପରିସରରୁ ଏକ ବାଇକ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି । ସୋର ଥାନା ଅନ୍ତର୍ଗତ ମାଣତ୍ରୀ ପଂଚାୟତ ରଂଗପତି ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ମନୋରଞ୍ଜନ (୪୧) ଟୀକା ନେବା ପାଇଁ ସୋର ଟାଉନ ହଲକୁ ଆସିଥିଲେ । ସେଠାରେ ଟୀକା ନମିଳିବାରୁ ସେ ସୋର ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଖାନା ପରିସର ପାର୍କିଂଗ ସ୍ଥାନରେ ତାଙ୍କର ଓଡ଼ି ୦୧ଡି ୩୮୪୭ ନମ୍ବର ବିଶିଷ୍ଟ ସ୍ପଲେଣ୍ଡର ପ୍ରୋ ବାଇକଟିକୁ ରଖି ଡାକ୍ତରଖାନା ଭିତରକୁ ଯାଇଥିଲେ । କିଛି ସମୟ ପରେ େ‘ରି ପାର୍କିଂଗରେ ରଖିଥିବା ଗାଡି ଦେଖିବାକୁ ପାଇନଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ଗାଡିଟି ନମିଳିବାରୁ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଁ ସୋର ପୁଲିସ ଘଟଣାର ତଦନ୍ତ କରୁଛି
