ଦୁଇ ଫେରାର ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସୋର ପୁଲିସ
ସୋର : ସୋର ପୁଲିସ୍ ତରଫରୁ ଚଢ଼ାଉ ବେଳେ ଦୁଇ ଜଣ ଫେରାର ଚୋରା ଦେଶୀମଦ ବେପାରୀଙ୍କୁ ଆଜି ପୁଲିସ ଗିର‘ କରି କୋର୍ଟ ଚାଲାଣ କରିଛି । ସବିରା ଗ୍ରାମର ଲକ୍ଷ୍ମଣ ଜେନା ଏବଂ ଗୌରାଙ୍ଗ ଜେନା ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ସୋର ପୁଲିସ ଗତ ଏପ୍ରିଲ ୨୭ ତାରିଖରେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେତେବେଳେ ପୁଲିସ ତାଙ୍କ ନିକଟରୁ ୧୦୦୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ଉଭୟ ଚମ୍ପଟ ମାରିଥିଲେ । ସୋର ପୁଲିସ ୨୦୦/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିଲା । ବୁଧବାର ରାତିରେ ଉଭୟ ଘରେ ଥିବା କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ ଏଏସଆଇ ପ୍ରତାପ କାଲୋ ସଦଳବଳେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିବା ବେଳେ ଆଜି ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି ।ଅବକାରୀ ଚଢ଼ାଉ, ଦେଶୀମଦ ବିୟର ଜବତ ସହ ଦୁଇ ଗିରଫସୋର, ୨୨/୯- ଆଜି ପୂର୍ବାହ୍ଣରେ ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଏବଂ ବିୟର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିର‘ କରି ଅପରାହ୍ଣରେ କୋର୍ଟ ଚାଲାଣ କରାଯାଇଛି । ସୋର ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡାଙ୍କ ନେତୃତ୍ୱରେ ଏକ ଟିମ କେଦାରପୁର ପଞ୍ଚାୟତ ହାଜିପୁର ଗ୍ରାମରେ ଚଢ଼ାଉ କରି ସୁରେଶ ନାୟକଠାରୁ ୩୦ଲିଟର ଦେଶୀମଦ ଏବଂ କେଦାରପୁର ଗ୍ରାମର ଶିବଶଙ୍କର ସିଂ ନିକଟରୁ ୬ ଲିଟର ବିୟର ଜବତ କରିବା ସହ ଦୁଇ ଜଣଙ୍କୁ ଗିର‘ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା, ଶଶୀକାନ୍ତ ସାହୁ ସାମିଲ ହୋଇଥିଲେ ।
