ନୀଳଗିରି ଥାନା ଆଗରେ ଧାରଣାରେ ବସିଲେ ପିଡିତା ସ୍ତ୍ରୀ ; ଆତ୍ମାହୂତି ଚେତାବନୀ
ନୀଳଗିରି : ସ୍ୱାମୀନିର୍ଯ୍ୟାତନା ସହି ନ ପାରି ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ସତ୍ୱେ ପୋଲିସ ଠୁ ପାଇପାରିଲେନି ନ୍ୟାୟ । ଈଶ୍ୱରପୁର ଥାନା ଅଧୀନସ୍ଥ ତରତୁଆ ଗ୍ରାମରେ ଏଭଳି ଘଟଣା ଘଟିଥିବା ବେଳେ ମହିଳା ଜଣକ ନୀଳଗିରି ଥାନା ଆଗରେ ଧାରଣା ଦେଇଥିବା ଦେଖାଯାଇଛି । ସୂଚନା ଅନୁଯାଇ ତରତୁଆ ଗ୍ରାମ ଶ୍ରୀକାନ୍ତ ଧଳ ଇରମ ଅଂଚଳର ସଂଯୁକ୍ତା କୁ ୨୦୦୮ ମସିହା ମେ ମାସ ୭ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ହେଲେ ଗତ ସେପ୍ଟେମ୍ବର ମାସ ରେ ତାଙ୍କ ସ୍ୱାମୀ ଅଧିକ ଯୌତୁକ ପାଇଁ ଦାବୀ କରିବା ସହ ସ୍ୱାମୀ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲୋଜ କରିବା ସହ ମାଡ଼ ମାରିଥିଲେ । ଏପରିକି ଜୀବନରୁମାରିଦେବାକୁ ଧମକ ଦେଇଥିଲେ । ସ୍ତ୍ରୀ ସଂଯୁକ୍ତା ଭୟଭୀତ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ସ୍ୱାମୀଙ୍କୁ ଗିରଫ ନ କରିବାରୁ ସ୍ୱାମୀ ତାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେବାରୁ ଏବାବଦରେ ପୋଲିସକୁ ପଚାରିବାକୁ ନୀଳଗିରି ଏସ.ଆଇ. ସୁବର୍ଣ୍ଣା ବେହେରା ଓଲଟା ଗାଳିଗୁଲୋଜ କରିବା ସହ ଘଟଣାକୁ ଆଗକୁ ନ ବଢ଼ଇବା ପାଇଁ ଚାପ ପକାଉଥିବାରୁ ବାଧ୍ୟ ହୋଇ ଆଜି ନିଜର ପିଲାଛୁଆଙ୍କ ସହ ବାପ ଘର ଲୋକଙ୍କ ସହ ନୀଳଗିରି ଥାନା ଆଗରେ ଧାରଣାରେ ବସିଛନ୍ତି । ଯଦି ପୋଲିସ ନ୍ୟାୟ ନ ଦିଏ ତାହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଏଥିପାଇଁ ପୋଲିସ ଦାୟୀ ରହିବ ବୋଲି କହିଛନ୍ତି
