ସ୍ତ୍ରୀ କୁ ଜୀବନରୁ ମାରିଦେବାକୁ ସ୍ୱାମୀ ଦେଲେ ଧମକ।ଥାନାରେ ମାମଲା ରୁଜୁ।
ବାଲିଆପାଳ : ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ପରେ ପିଟା ମରା।ସ୍ୱାମୀଙ୍କ ବିରୁଦ୍ଧରେ ବାଲିଆପାଳ ଥାନାରେ ସ୍ତ୍ରୀ ଦେଲା ଏତଲା।ସୂଚନାରୁ ପ୍ରକାଶ ଯେ ବାଲିଆପାଳ ଥାନା ଅଧିନସ୍ଥ ବଢାପାଳ ଗ୍ରାମର ସଂଯୁକ୍ତା ଜେନା ସ୍ୱାମୀ ପ୍ରଦୀପ କୁମାର ଜେନାଙ୍କ ନାମରେ ଗୁରୁବାର ଏତଲା ଦେଇଛନ୍ତି। ସଂଯୁକ୍ତା ଏତଲାରେ ପ୍ରକାଶ କରିଛନ୍ତି ଯେ ସ୍ୱାମୀ ପ୍ରଦୀପ ସ୍ତ୍ରୀ ସଂଯୁକ୍ତାକୁ ତାର ବାପାଙ୍କୁ ରାସନ ଚାଉଳ ଆଣିବାକୁ ପଠାଇଦେବୁ କହି କୁଆଡେ ଯାଇଥିଲା l କିଛି ସମୟ ପରେ ଆସି ସଂଯୁକ୍ତାକୁ ପଚାରି ଥିଲା ବାପା କାହିଁ ସେ କହିଥିଲା ବାପା ବିଲକୁ ଘାସ ଆଣିବାକୁ ଯାଇଛନ୍ତି ସେ ଆସିଲେ ମୁଁ ତାଙ୍କୁ କହିବି ସେ ଯିବେ ଚାଉଳ ଆଣିବାକୁ।ମାତ୍ର ଏହି କଥାରେ ପ୍ରଦୀପ ହଟାତ ରାଗିଯାଇ ସ୍ତ୍ରୀ କୁ ଅସଭ୍ୟ ଭାଷାରେ ଗାଳି ଗୋଲଜ କରିବା ସହିତ ନିସ୍ତୁକ ମାଡ ମାରିଥିଲା। ଏବଂ ପରିବା କଟା ଅସ୍ତ୍ର ଧରି ହାଣିବାକୁ ସ୍ତ୍ରୀକୁ ଗୋଡେଇ ଗୋଡେଇ ଗାଁ ଶେଷରେ ତାର ଶଶୁର ଘରକୁ ନେଇ ଯାଇଥିଲା l ଶଶୁର ଘରେ ସ୍ତ୍ରୀକୁ ମାରିବା ସହିତ ଶଶୁର ଶାଶୁକୁ ଜୀବନରୁ ମାରିଦେଇ ତ ବଂଶରେ କାହାରିକୁ ବାତିଦେବାକୁ ରଖିବିନାହିଁ ବୋଲି ଧମକ ଦେଇଥିବା କଥା ସଂଯୁକ୍ତା ଏତଲାରେ ଉଲ୍ଲେଖ କରିଛି। ବାଲିଆପାଳ ପୁଲିସ ଏତଲା ଗ୍ରହଣ କରି ତଦନ୍ତ କରୁଥିବା କଥା କହିଛି।
