ଟାଏକୋଣ୍ଡୋ ଚମ୍ପିୟାନସିପ୍ ସମାପିତ
କଟକ : ସ୍ଥାନୀୟ ଜବାହରଲାଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨୦୨୨-୨୩ ଟାଏକୋଣ୍ଡୋ ଚମ୍ପିୟାନସିପ୍ ଶେଷ ହୋଇଛି । ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ ଯୋଗଦେଇଥିଲା ବେଳେ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସଂପାଦକ ଆର ଡି ମଙ୍ଗେସ୍କର, ଉପସଭାପତି ଶୈଳେନ୍ଦ୍ର ଶ୍ରୀବାସ୍ତବ, ଓଡିଶା ଟାଏକୋଣ୍ଡୋ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ଦାସ ଓ ସଂପାଦକ ସନ୍ତୋଷ କୁମାର ମହାନ୍ତି ଯୋଗଦେଇଥିଲେ । ଏହି ୩୬ତମ ଟାଏକୋଣ୍ଡୋ ସବ ଜୁନିଅର କ୍ୟୁରୋଗୀ ତଥା ୧୧ତମ ଜାତୀୟ ପୁମ୍ସେ ପ୍ରତିଯୋଗିତା ଚଳିତ ଥର ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ଟାଏକୋଣ୍ଡୋ ଆସୋସିଏସନ ଦ୍ୱାରା ପରିଚାଳନା କରାଯାଇଥିଲା । ଏହି ଚମ୍ପିୟାନସିପରେ ୯୫୦ରୁ ଅଧିକ ଆଥଲେଟ୍, ୫୦ଟି ଆନ୍ତର୍ଜାତୀୟ ଏବଂ ଜାତୀୟ ଟେକ୍ନିକାଲ ରେଫରି ଅଂଶ ଗ୍ରହଣ କରିଥିଲେ । ସମସ୍ତ ବିଭାଗରେ ମହାରାଷ୍ଟ୍ର ବିଜେତା ହୋଇଥିଲା ବେଳେ ଉପ ବିଜେତା ଗୁଜୁରାଟ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ ଅଧିକାରୀ ଓ କୋଚ୍ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ ।
