କାଳନ୍ଦୀ ସମାଜର ରାଜ୍ୟ କମିଟି ଗଠିତ ମନ୍ମଥ ଘଡେଇ ସଭାପତି ଓ କରମଚାନ୍ଦ କାଳନ୍ଦୀ ସାଧାରଣ ସମ୍ପାଦକ ମନୋନୀତ
ବାରିପଦା : ସ୍ଥାନୀୟ ଡିପ୍ଲୋମା ଇଂଜିନିୟରିଂ କର୍ମଚାରୀ ଭବନ ଠାରେ ରବିବାର ପୂର୍ବାହ୍ନରେ କାଳନ୍ଦୀ ସମାଜର ବୈଠକ ଜିଲ୍ଲା ସଭାପତି କରମଚାନ୍ଦ କାଳନ୍ଦୀଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମଳେନ୍ଦ୍ର କାଳନ୍ଦୀ, ଉପଦେଷ୍ଟା ପାଗଲୁ ଘଡେଇ, ମନ୍ମଥ କୁମାର ଘଡେଇ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଧୀନତା ଅନେକ ବର୍ଷ ପରେ ମଧ୍ୟ କାଳନ୍ଦୀ ସମ୍ପ୍ରଦାୟର ଲୋକଙ୍କ ଅନ୍ୟ ସମ୍ପ୍ରଦାୟ ପରି ଆଖି ଦୃଶିଆ ଉନ୍ନତି ହୋଇପାରି ନାହିଁ । ଆଜିର ଦିନରେ ମଧ୍ୟ କାଳନ୍ଦି ସମାଜର ଲୋକେ ନିଜର ମୌଳିକ ସମସ୍ୟା ପାଇଁ ଲଢେଇ କରୁଥିବା ବେଳେ, ଏମାନଙ୍କୁ ସାମାଜିକ, ଆର୍ôଥକ ଓ ସାଂସ୍କୃତିକ ଅଧିକାର ପ୍ରଦାନ ନେଇ ସରକାର ଅବହେଳା ପ୍ରଦର୍ଶନ କରୁଥିବା ବୈଠକରେ ମତପ୍ରକାଶ ପାଇଛି । କାଳନ୍ଦୀ ସମାଜର ଲୋକଙ୍କ ପ୍ରତିଷ୍ଠା, ରାଜନୈତିକ ଓ ସାମ୍ବିଧାନିକ ଅଧିକାର ହାସଲ ପାଇଁ ଆଗାମୀ ଦିନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ସଚିବାଳୟ ଘେରାଉ କରାଯିବ ବୋଲି କରମଚାନ୍ଦ କାଳନ୍ଦୀ କହିଛନ୍ତି । ଉକ୍ତ ବୈଠକରେ ରାଜ୍ୟ କମିଟିର ସଭାପତି ଭାବେ ମନ୍ମଥ ଘଡେଇ ଓ ସାଧାରଣ ସମ୍ପାଦକ ଭାବେ କରମଚାନ୍ଦ କାଳନ୍ଦୀଙ୍କ ନାମ ଘୋଷଣା କରାଯିବା ସହିତ ଆଗାମୀ ଦିନ ପୂର୍ଣ୍ଣ ପରିବର୍ଦ୍ଧିତ କମିଟି ଗଠନ ହେବ ବୋଲି ଜଣାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କର୍ମକର୍ତା ଉକ୍ତ ବୈଠକରେ ଯୋଗ ଦେଇଥିଲେ । ମୃତ୍ୟୁଂଜୟ ଧଡ଼ା, ମଙ୍ଗଳ ପ୍ରସାଦ କାଳନ୍ଦୀ, ମହେଶ୍ୱର କାଳନ୍ଦୀ, ବନମାଳୀ ଘଡେଇ, ତପନ ତେଲେଙ୍ଗା, ସାଗର ଘଡେଇ, ଦେବ ଧଡ଼ା ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗକୁ ସମ୍ପ୍ରଦାୟ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
