ଶ୍ରୀମା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
ବାରିପଦା : ବାରିପଦାର ଶ୍ରୀମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନଟବର ଗିରିଙ୍କ ଅଧ୍ୟକ୍ଷତାରେ ଶ୍ରୀମା ଜୟନ୍ତୀ ଏବଂ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡି.ଏସ.ପି ସବିତା ମାଝି ଯୋଗଦେଇ ଆତ୍ମସୁରକ୍ଷା କୌଶଳ ମାଧ୍ୟମରେ ସମାଜରେ ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୪୬ ଏବଂ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ ଜଣ ମୋଟ ୨୮୩ ଜଣ ଛାତ୍ରୀଙ୍କୁ ୯ଟି ଗୃପରେ ବିଭକ୍ତ କରି ୫ଜଣ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା । ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପିକା ଗୀତା ଶତପଥି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କାର୍ଯ୍ୟକ୍ରମ ସଂଯୋଜିକା ବାସନ୍ତି ହାଁସଦା ଏବଂ କ୍ରୀଡ଼ା ଶିକ୍ଷକ ମିହିର କୁମାର ସଦୁଆଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାଧ୍ୟାପିକା ମିନାକ୍ଷୀ ମହାନ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ, ପ୍ରାଧ୍ୟାପିକା ଡ଼. ସ୍ମିତା ଭଂଜ ଧନ୍ୟବାଦ ଅର୍ପଣ କରିଥିଲେ ।
