ଷଷ୍ଠ ବାର୍ଷିକ ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟୋକସିକ ଥଣ୍ଡର ଟିମ ଫାଇନାଲରେ
ବାରିପଦା : ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱତୀୟ ସେମି ଫାଇନାଲ ମ୍ୟାଚରେ ଟୋକସିକ ଥଣ୍ଡର ଟିମ ବିଏସ ଫାଇଟର ଟିମକୁ ୯ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଓ ପ୍ରଥମେ ବ୍ୟାଟିଂ କରି ଟୋକସିକ ଥଣ୍ଡର ୧୦ ଓଭରରେ ୮ ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସୌରଭ ସାହୁ ୩୧ ଓ ପ୍ରିତମ ବେହେରା ୨୬ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ରଣଜିତ ନାଏକ ୩ଟି ଓ ଆୟୁଷ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ବିଏସ ଫାଇଟର ୧୦ ଓଭରରେ ୬ ଟି ଉଇକେଟ ହରାଇ ୧୦୦ କରିପାରିଥିଲେ ଓ ଦଳ ପକ୍ଷରୁ ଭବତୋଷ ଶେଜପଡା ସର୍ବାଧିକ ୪୭ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ପ୍ରିତମ ବେହେରା ଓ ବିକାଶ ମହାନ୍ତ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ପ୍ରିତମ ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଓ ଶିବ ଶଙ୍କର ଟୁଡୁ, ପୁରୁଷୋତମ ମହାନ୍ତ, ସଂଜୟ ଧୀର ଓ ଶ୍ରୀକାନ୍ତ ନାଏକ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ଆଲୋକ ରଂଜନ ପୁହାଣ ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I
