ମଂଚାଗାଁ ଗ୍ରାମବାସୀଙ୍କ ଦୁଃଖ, ଚାଉଳ ପାଇବା ପାଇଁ ଯିବାକୁ ପଡ଼ୁଛି ୨୦ କିମି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ମଂଚାଗାଁ ପଞ୍ଚାୟତରେ ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କୁ ଚାଉଳ ପାଇବା ପାଇଁ ଯିବାକୁ ପଡ଼ୁଛି ଦୀର୍ଘ ୨୦ କିମି । ଆଜି ତେନ୍ତୁଳିଖୁଣି୍ଟ ପଂଚାୟତ ସମିତିର ଜନ ଶୁଣାଣି ଶିବିରରେ ପହଂଚି ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରି ଜିଲ୍ଲାପାଳ ଶ୍ରୀ ଅଜିତ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉକି ଏହି ପଂଚାୟତରେ ପାଞ୍ଚଟି ଗ୍ରାମ ଶୋଲଂ, ଗୁରୂମାଇଗୁଡା, ଜଲାଗୁଡା, ବକରା, ଟାଗ୍ନିକୋଟ ଗ୍ରାମ ପ୍ରାୟ ୨୦୦୦ ପାରିବାର ବସତି ଅଂଚଳ ତିନି ହଜାର ରୁ ଉର୍ଦ୍ଧ୍ୱ ଜନ ସଂଖ୍ୟା ବିଶିଷ୍ଟ ଏହି ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ଚାଉଳ ପାଇବା ପାଇଁ କୋଡିଏ କିମି ଅତିକ୍ରାନ୍ତ କରି ଗାଡ଼ି ଭଡ଼ା ଓ ବୋଟ ଦ୍ୱାରା ପାର ହୋଇ ନଦୀ ପାର ହୋଇ ବହୁ ଖର୍ଚ୍ଚାନ୍ତ ହେବକୁ ପଡ଼ୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପାଞ୍ଚ ଗୋଟି ଗ୍ରାମର ଗରୀବ ଗୁରୁବା ଟଙ୍କା ଖିଆ ଚାଉଳ ପାଇବା ପାଇଁ ୧୦୦ ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡୁଥିବା କହୁଛନ୍ତି ଗ୍ରାମବାସୀ । ଏଣୁ ଗ୍ରାମବାସୀ ତଥା ସରପଞ୍ଚ ମିଳିତ ଏକ ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ।ଅଭିଯୋକ ପତ୍ର ପ୍ରଦାନ କରି ନଦୀ ଏପଟେ ଗ୍ରାମରେ ଚାଉଳ ପ୍ରଦାନ କାଟିବା ପାଇଁ ଅନୁରୋଧ କରିଛନ୍ତି । ଯଦ୍ୱାରା ଗ୍ରାମବାସମାନେ ଉପକୃତ ହୋଇ ପାରିବେ ବୋଲି ସେମାନ କହିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ଗ୍ରାମର ସରପଂଚ ଶ୍ରୀ ସଦା ସାନ୍ତା, ଭାସ୍କର ମୁଦୁଲି, କିଶୋର ହରିଜନ, ବୁଦୁ ମୁଦୁଲି ସମେତ ଅନେକ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
