ଅସାମାଜିକଙ୍କ ଆଡ୍ଡା ପାଲଟିଛି ପିଲାଙ୍କ ନୂତନ ଶ୍ରେଣୀ ଗୃହ
ନବରଂଗପୁର : କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଇ ଶିକ୍ଷା ସ୍ଥିତି ସୁଧାରିବା ପାଇଁ ହେଉଛି ମାଳ ମାଳ ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । ଶିକ୍ଷାର ଭିତିଭୂମିକୁ ସଶକ୍ତ କରିବା ପାଇଁ ହେଉଛି ଅନେକ କାର୍ଯ୍ୟ । କିନ୍ତୁ ଯୋଜନା ଗୁଡିକୁ କାର୍ଯ୍ୟକ୍ଷମ କରି ସେମାନଙ୍କର ମୌଳିକ ସୁବିଧା ଯୋଗାଇବାରେ ନବରଙ୍ଗପୁର ଜିଲ୍ଲାରେବିଫଳ । ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷା ଜିଲ୍ଲା ପ୍ରତି ପ୍ରଶାସନର ଚରମ ଅବହେଳା କରିବା ସରକାର ଙ୍କ ଯୋଜନା ପ୍ରତି ପ୍ରଶ୍ନ ଉଠିଛି ।ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ବିଂଜିିଗୁଡା ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ୧୯୪୮ ମସିହାରେ ସ୍ଥାପନା ହୋଇଥିଲା । ପୁରୁଣା ଢାଂଚାରେ ନିର୍ମାଣ ହୋଇଥିବା ବିଦ୍ୟାଳୟର ରୂପରେଖକୁ ନେଇଁ ଦେଖିଲେ ଛାତ୍ରଛାତ୍ରୀଙ୍କର ପାଠପଢା ପରିବେଶ ଅତ୍ୟନ୍ତ ଖରାପ ଅବସ୍ଥା ହୋଇଛି । ଆବଶ୍ୟକତା ଦୃଷ୍ଟିରୁ ପ୍ରାଥମିକ ବିଦ୍ୟାଳୟକୁ ନେଇଁ ହାଇସ୍କୁଲକୁ ଯୋଡାଯାଇଛି । ଅର୍ଥାତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୩୫ କେବଳ ଆଦିବାସୀ ପିଲା ପାଠପଢୁଛନ୍ତି । ପୁରୁଣା ୮ଟି ଶ୍ରେଣୀଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ଦିଆ ଚାଲିଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କର ପାଇଁ ପାଠପଢିବାକୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଠପଢା ପୂର୍ବରୁ ସେଥିପାଇଁ ଉପଯୁକ୍ତ ପରିବେଶ ତିଆରି କରାଯିବାକୁ ଗୁରୁତ୍ୱ ଦିଆଯାଉଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଛେଳି ଗୋଠରେ ରଖିଲା ଭଳି ବସେଇ ପାଠ ପଢାଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ଆବଶ୍ୟକତା ଠାରୁ ଉର୍ଦ୍ଧ ପିଲାଙ୍କୁ ବସିବାକୁ ଜାଗା ନ ଥିବାରୁ ଶ୍ରେଣୀ ଗୃହର ବାହାରେ ଠେଲାପେଲାରେ ବସାଯାଉଛି । ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଠିଆ ହୋଇ ପାଠପଢାଇବାକୁ ସ୍ଥାନ ଅଭାବ ପରିଲକ୍ଷିତ ହେଉଛି । ପିଲାଙ୍କ ବସିବା ପାଇଁ ଜାଗା ଅସୁବିଧା ହେଉଥିବା ବେଳେ ବହି ବସ୍ତାନି ରଖିବାକୁ ସହଜ ହେଉ ନାହିଁ । ଏପରି ପରିସ୍ଥିତିରେ ପିଲଙ୍କ ପାଇଁ ବିଦ୍ୟା ଅଧ୍ୟୟନ କାଠି କର ପାଠ ସାଜିଛି । ପାଠପଢା ଆଧାରରେ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ ହଷ୍ଟେଲ ସୁବିଧା ହୋଇ ପାରିଲା ନାହିଁ । ବିଦ୍ୟାଳୟକୁ ଭଲ ପାଚେରୀ,ଗେଟ ନ ଥିବାରୁ ପିଲାଙ୍କୁ ଅସୁରଖିତ ଅବସ୍ଥାରେ ରଖାଯାଉଛି । ପିଲା ସଂଖ୍ୟା ଅନୁସାରେ ଦୃଷ୍ଟିରୁ ପାକଶାଳା ଗୃହ ନାହିଁ । ଏଣୁ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ କଷ୍ଟ ହେଉଛି । ପାଠପଢା ଓ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ନେଇଁ ନୂତନ କୋଠା ପାଇଁ ଜୋର ଦିଆଯାଇଥିଲା । ଏଣୁ,ଜିଲ୍ଲା ସମନ୍ୱୟ ଉନ୍ନୟନ ବିଭାଗ ଅନ୍ତର୍ଗତରେ ବିଞ୍ଜିଗୁଡା ଗାଁର ଏକ ସରକାରୀ ଜମିରେ କୋଠା ନିର୍ମାଣ କରାଗଲା । ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୨ କୋଟି ୯୦ ଲଖ୍ୟ ଟଙ୍କାରେ କୋଠା ନିର୍ମାଣ ଶେଷ କରାଯାଇଛି । ଶେଷ ହେବାର ଦୁଇବର୍ଷ ବିତିଯାଇଥିଲେ ବି ବର୍ତମାନ ସୁଦ୍ଧା ହସ୍ତାନ୍ତର ପ୍ରକ୍ରିୟା ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପରି ପରିସ୍ଥିତିରେ ପିଲାଙ୍କ ଅସୁବିଧା ବୁଝୁଛି କିଏ ? ଏହାକୁ ନେଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କୁ ପଚାରିବାରୁ ପ୍ରଥମେ ବିଦ୍ୟାଳୟ ଆମ ବିଭାଗକୁ ଆସୁ ନ ଥିବା କହି କଥାଟିକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ । ଏହା ପରେ ନିଜ ଅମୂଳଚୂଳ ସଫେଇ ଦେଇଥିଲେ । ଯାହାକୁ ନେଇଁ ବିଭାଗ ଅନ୍ତର୍ଗତ ଅନ୍ୟ ସମସ୍ତ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟ ପକ୍ଷେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଗତ ଦୁଇ ବର୍ଷ ଧରି ନିର୍ମାଣ ହୋଇଥିବା କୋଠା ବିଭାଗୀୟ ଅଧିକାରୀ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କତୃପକ୍ଷ ଓ କମିଟିକୁ କିମ୍ବା ମଙ୍ଗଳ ଅଧିକାରୀଙ୍କୁ ଚାବି ହସ୍ତାନ୍ତର କରୁନାହାନ୍ତି । ସୂଚନା ପ୍ରକାରେ ପିଏ ଆଇଟିଡିଏ ଶରତ ଚନ୍ଦ୍ର ମାଝୀଙ୍କୁ ଏହି ବିଷୟରେ ପଚାରିବାରୁ କେବଳ ବିଦ୍ୟାଳୟର ଗେଟ ନିର୍ମାଣ ରହିଯାଇଥିବା କହିଛନ୍ତି । ହେଲେ ଏହାକୁ ଖଣ୍ଡନ କରି ମଙ୍ଗଳ ଅଧିକାରୀ ଶ୍ରୀ ସାମନ୍ତରାୟ ନିମ୍ନମାନର କାମ ହୋଇଥିବା ଦର୍ଶାଇଛନ୍ତି । ତେବେ ନୂତନ ଭାବେ ନିର୍ମାଣ ହୋଇଥିବା ବିଦ୍ୟାଳୟ କୋଠାର ଭବିଷ୍ୟତ କେତେ ଦିନ ରହିବ କହିବା କଷ୍ଟ । ଦୁଇ ବିଭାଗୀୟ ଅଧିକାରୀଙ୍କ କଥାର ତାଳମେଳ ଠିକ ରହୁ ନ ଥିବା ବେଳେ ସେଥିରୁ ବଳି ପଡୁଛି ଛାତ୍ରଛାତ୍ରୀଙ୍କର ପାଠପଢା ଓ ଭବିଷ୍ୟତ । ଆଉ ପିଲାଙ୍କ ଭବିଷ୍ୟତକୁ ନେଇଁ ଗଢା ହୋଇଥିବା କୋଠା ଉପରେ ବର୍ତମାନ ଅସାମାଜିକ ବ୍ୟକ୍ତିଙ୍କ କବଜାରେ । ଗାଁର ଶେଷ ମୁଣ୍ଡରେ ରହିଥିବାରୁ ମଦ ଓ ଜୁଆ ଖେଳ ସବୁବେଳେ ଚାଲିଛି । ଗୋଚରଭୂମି ଭାବେ ଗାଇଗୋରୁ ଚରୁଥିବା ଦେଖିବାକୁ ମିଳୁଛି । ଏହା ସତ୍ୱେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ଯୋଗାଇ ଦେବା,ଖାଇବା ନିମନ୍ତେ ଡାଇନିଙ୍ଗ ହଲ ନିର୍ମାଣ,ଗୋଟେ ପଟର ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବା,ଖେଳ ପଡିଆର ସୁବିଧା,ବିଦ୍ୟୁତିକରଣ,ସିସି ରୋଡ ନିର୍ମାଣ କରିବା ଭଳି ବକେୟା କାର୍ଯ୍ୟ ରହିଥିବା ଅଭିଯୋଗ ହୋଇଛି । ସ୍କୁଲ ମେନେଜମେଣ୍ଟ କମିଟି ତଥା ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା ବେଳେ ତୁରନ୍ତ ନୂତନ କୋଠାର ହସ୍ତାନ୍ତର ନିମନ୍ତେ ଦାବ ଆଦିବାସୀ ଛାତ୍ରଛାତ୍ରୀଙ୍କର ଶିଖ୍ୟା,ଖେଳର ଉନ୍ନତି ସକାଶେ ସରକାର ମାଗଣାରେ ଯୋଗାଇ ଭବିଷ୍ୟତ ଗଠନ କରିବାକୁ ପ୍ରୟାସ କରୁଛି ସତ ହେଲେ ସରକାରୀବାବୁଙ୍କ ଏଥିପ୍ରତି ଦାୟିତ୍ୱହୀନତା ଯୋଜନା ଫେଲ ହେଉଥିବା ବୁଦ୍ଧିଜିବୀଙ୍କ ମହଲରେ ପ୍ରକାଶ । ଦେଖିବାର ବାକି ରହିଲା ଆଗାମୀ କେତେ ଦିନ ଯାଏଁ ଆହୁରି ଅପେକ୍ଷା କଲେ ପିଲାଙ୍କ ପାଇଁ ନୂତନ କୋଠା ଉପଲବ୍ଧ ହୋଇପାରିବ ।
